ଜଗତସିଂହପୁର,ତା-୧୬.୧୧.୨୦୨୩/ସୁମନ୍ତ କୁମାର ଦାସ: ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର। ସମ୍ପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଉନ୍ନତି ରେ “କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ ” ଶୀର୍ଷକ ଆଲୋଚନାଚକ୍ର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ, ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଶ୍ରୀମତୀ ପାରୁଲ ପଟାଓ୍ବରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଜାତୀୟ ପ୍ରେସ କାଉନସିଲ ପକ୍ଷରୁ ପ୍ରତିବର୍ଷ ନଭେମ୍ବର 16 ତାରିଖ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥାଏ। ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଜିଲ୍ଲାପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିରପେକ୍ଷ ଓ ସୁସ୍ଥ ସମାଜ ଗଠନ ପାଇଁ ଗଣମାଧ୍ୟମ ର ଗୁରୁତ୍ଵ ପ୍ରତିପାଦିତ କରିଥିଲେ। ସତ୍ୟ ର ସନ୍ଧାନ ରେ ନିର୍ଭୀକ ନେତୃତ୍ବ ନେଇ ଜନସାଧାରଣ ଙ୍କୁ ସରକାର ଙ୍କ ସହ ଯୋଡ଼ିବାକୁ ସେ ଆହ୍ଵାନ ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଗଣମାଧ୍ୟମ କୁ ଦେଶର ପ୍ରଗତି ର ଅନ୍ୟତମ ସାରଥୀ ବୋଲି ସମ୍ବୋଧନ କରି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ କରି ସତ୍ୟର ସନ୍ଧାନ ଦେଉଥିବାରୁ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ଯବାଦ୍ ଦେଇଥିଲେ। କୃତ୍ରିମ ବୁଦ୍ଧିମତ୍ତା ର ଯୁଗରେ ତ୍ୱରାନ୍ୱିତ ହୋଇଥିବା ଗଣମାଧ୍ୟମ ଏହା ଦ୍ବାରା ଉପୁଜୁଥିବା ଅସୁବିଧା କୁ ମଧ୍ୟ ସକାରାତ୍ମକ ଚିନ୍ତାଧାରା ସହିତ ସମାଧାନ କରିବା ପାଇଁ କହିଥିଲେ।ନୈତିକତା ର ସହ ସୁ ସମାଲୋଚନାକୁ ସ୍ଵାଗତ କରି ମିଳିତ ଭାବେ କାମ କଲେ ଏକ ସଶକ୍ତ ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ବୈଷୟିକ ଜ୍ଞାନ କୌଶଳ ର ଯୁଗ ରେ କୃତ୍ରିମ ବୁଦ୍ଧିମତା ସହିତ ସତ୍ଯ କୁ ନିମିଷକ ମଧ୍ଯ ରେ ଜନତାଙ୍କ ପାଖରେ ପହଞ୍ଚାଇ ପାରିଥିବାରୁ ଗଣମାଧ୍ୟମ କୁ ଧନ୍ୟବାଦ ଦେଇଥିଲେ।ଏହାର ସଦ୍ ବ୍ୟବହାର କରି ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ କହିଥିଲେ।ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିରପେକ୍ଷ ଓ ସକାରାତ୍ମକ ମନୋଭାବ ନେଇ ସତ୍ୟ ର ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ।ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନେ ମଧ୍ୟ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ପ୍ରଶାସନ ର ସହଯୋଗୀତା ଲୋଡିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ମଧ୍ୟ ସାମାଜ ଗଠନରେ ଗଣମାଧ୍ୟମ ର ପ୍ରମୂଖ ଭୂମିକା ରହିଛି ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସଭାକାର୍ଯ୍ୟ ପରିଚାଳନା ଓ ଧନ୍ଯବାଦ ଅର୍ପଣ କରିଥିଲେ।ଏହି ଉତ୍ସବରେ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.