ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁୟୁନିଟ-୬ ବାଳିକା ହାଇସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିା ୧୦ଟି ଜିଲ୍ଲାରୁ ୧୧ଟି ସ୍କୁଲ ବ୍ୟାଣ୍ଡ ଟିମ୍ ଏହି ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତିା ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍. ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ଟିମ୍ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ ଏବଂ ଟିମ୍ର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲୋ କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ଯଥା- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ଆନ୍ତଃରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ (ପୂର୍ବ ଜୋନ୍)ା ଅନ୍ୟ ଟିମ୍ମାନଙ୍କ ମଧ୍ୟରୁ ଚୟନ କରାଯାଇ ସେମାନଙ୍କୁ ଭୁବନେଶ୍ୱରରେ ହେବାକୁ ଥିବା ଆଗାମୀ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବା ରାଜ୍ୟସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଛିା
ସମଗ୍ର ଭାରତବର୍ଷକୁ ଚାରୋଟି ଜୋନ୍ରେ ବିଭକ୍ତ କରାଯାଇଛିା ପ୍ରତ୍ୟେକ ଜୋନ୍ରୁ ୨ ଗୋଟି ବିଜୟୀ ଦଳ (ପୁରୁଷ ଓ ମହିଳା) ବ୍ରାସ୍ ବ୍ୟାଣ୍ଡର ଏବଂ ଗୋଟିଏ ବିଜୟୀ ଦଳ (ମହିଳା) ପାଇପ ବ୍ୟାଣ୍ଡ କାଟାଗୋରୀର ସମୁଦାୟ ତିନୋଟି ଟିମ୍ ଅନ୍ତରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବୋ ଆମ ରାଜ୍ୟରୁ ୪ଟି ଲେଖାଏଁ ବ୍ୟାଣ୍ଡ ଟିମ୍ ସମୁଦାୟ ୧୬ଟି ଟିମ୍ ଦିଲ୍ଲୀର ଜାତୀୟ ନ୍ୟାସନାଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗନେବୋ
ଏଥିରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇଥିଲୋ ପ୍ରାରମ୍ଭରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭଗବାନ ବେହେରା ସୂଚନା ପ୍ରଦାନ କରିଥିବାବେଳେ ଶେଷରେ ଉପନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ “ମୋ ସ୍କୁଲ’ର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅମରଜିତ ଜେନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା, ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ହରିଚନ୍ଦନଙ୍କ ସମେତ ବହୁ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.