ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଡାବୁଗାଁ ର ଜଣେ ବିବାହିତ ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନାରେ ଏତଲା ହୋଇଛି। ନିଖୋଜ ମହିଳା ସଂତୋଷୀ ଜାନି ( ୨୮) ବୋଲି ଜଣା ପଡିଛି। ସନ୍ତୋଷୀ ର ଭଉଣି ବାସନ୍ତୀ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେଶ ନ ୩୪/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଡାବୁଗାଁ ସଦର ର ସନ୍ତୋଷୀ ଜାନି ଅଁଳା ଭଟ୍ଟା ଗ୍ରାମ ର ବୃନ୍ଦାବନ ଜାନି ସହ ବୈବାହିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସ୍ଵାମୀ ଚନ୍ଦା ହାଣ୍ଡି ଜେ ଏମ ଏଫ ସି କୋର୍ଟ ରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଗୋଟିଏ ଛୋଟ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ସନ୍ତୋଷୀ ନିଜ ଦୁଇ ପିଲାଙ୍କୁ ଧରି ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆଗୁଡ଼ା ଗ୍ରାମ କୁ ନିଜ ସମ୍ପର୍କୀୟ ଘରେ ବୁଲିବାକୁ ଯାଇଥିଲା। ଆଜି ସକାଳ ୧୦ ଘଣ୍ଟ ସମୟରେ ସନ୍ତୋଷି ଦୁଇ ପିଲାଙ୍କ ସହ ଏକ ଘୋରଇ ବସ ଯୋଗେ ଝାଲିଆ ଗୁଡା ରୁ ଡାବୁଗାଁ ଆସିଥିବା ଜଣା ପଡିଥିଲା। ତେବେ ଏହା ପରେ ବହୁ ସମୟ ଧରି ସନ୍ତୋ ଷୀ ଘରେ ନ ଆସିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ତେବେ ସନ୍ତୋ ଶି ସହ ଦୁଇ ପିଲାର କୌଣସି ଖୋଜ ଖବର ନ ମିଳିବାରୁ ସନ୍ତୋ ସି ର ଭଉଣି ବାସନ୍ତୀ ଆଜି ଡାବୁଗାଁ ଥାନାରେ ଭଉଣି ସହ ଦୁଇ ପିଲା ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। କିଛି ଦିନ ହେବ ସନ୍ତୋ ସି ର ମାନସିକ ସ୍ଥିତି ଠିକ୍ ନ ଥିବା ନେଇ ଏତଲା ରେ ଦରହା ଯାଇଛି। ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
Sign in
Sign in
Recover your password.
A password will be e-mailed to you.