ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପଣ୍ଡିତ ଜବାହରଲାଲ ନେହେରୁଙ୍କଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା ଏହା ସହିତ ସ୍ବର୍ଗତ ପଣ୍ଡିତ ନେହେରୁଙ୍କ ନୀତି ଆଦର୍ଶ କୁ ହିଁ ସାରା ଭାରତ ବର୍ଷ ରେ ଆପଣେଇଥିବା ଯୋଗୁଁ ସାରା ପୃଥିବୀରେ ଭାରତର ସବୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ସମସ୍ତଙ୍କୁ ସମାଜରେ ସମାନ ଭାବେ ମର୍ଯ୍ୟାଦା ଦିଆଯିବା ଯୋଗୁଁ ଆଜି ଭାରତ ବର୍ଷ ଶାନ୍ତି ମୈତ୍ରୀ ଫେରାଇ ଆଣିଥିବା ରାଷ୍ଟ୍ର ଭାବେ ପରିଚିତ। ଯାହା କି ଗାନ୍ଧୀ ଙ୍କ ନିତୀ ଆଦର୍ଶ ଯୋଗୁଁ କଂଗ୍ରେସ ଦଳ ବଞ୍ଚି କି ଆସିଛି ବୋଲି ନେତା ଓ କର୍ମୀ ଙ୍କ ଠାରୁ ପ୍ରକାଶିତ ହୋଇଥିବା ଶୁଣିବାକୁ ମିଳିଛି।
ଆଜିର ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର , କୁନା ମାଝୀ , ନିରାକାର ପାଣିଗ୍ରାହୀ , ରାଜା ପାତ୍ର , ଲୋକୀ ପାତ୍ର , ଲୋକି ବରାଡ , ବଆଣଇ ପ୍ରସାଦ ମାଳି , ଶିବାଜୀ ପଟ୍ଟନାୟକ , ଯୁବ କଂଗ୍ରେସ , ଛାତ୍ର କଂଗ୍ରେସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ କୁ ସମସ୍ତ ପାରଳଖେମୁଣ୍ଡି ସହରରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା ହୋଇଥିଲା।

Leave A Reply

Your email address will not be published.