ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଉତ୍ସବାନନ୍ଦ ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିଚାରଣ ସଭା ଅନୁଷ୍ଠିତ l

0 1

(ନିଶ୍ଚିନ୍ତକୋଇଲି-ଶାସକ ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ବାରମାଣିଆ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଉତ୍ସବାନନ୍ଦ ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବରିଷ୍ଟ ବିଜେପି ନେତା ତଥା ସଦସ୍ୟ ରାଷ୍ଟ୍ରୀୟ ବୋର୍ଡ ଅଣୁକ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରାଳୟ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଯୋଗଦାନ କରି ସ୍ବର୍ଗତ ସ୍ୱାଇଁ ଙ୍କ ଫୋଟୋ ଚିତ୍ର ରେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ବର୍ଗତ ସ୍ୱାଇଁ ସ୍ଥାନୀୟ ଅଞ୍ଚଳରେ ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ ଏବଂ ସେ ଜଣେ ଆଧ୍ୟାତ୍ମିକତାବାଦୀ, ସରଳ, ନିଷ୍କପଟ ବ୍ୟକ୍ତି ଥିଲେ ବୋଲି ପ୍ରକାଶ କରିଥିଲେ  l ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ପରିବାରର ଜ୍ଞାନରଞ୍ଜନ ସ୍ୱାଇଁ, ସ୍ମୃତିରଞ୍ଜନ ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ଭଜନ ବେହେରା ଙ୍କ ସମେତ ସମସ୍ତ ବନ୍ଧୁପରିବାର ବର୍ଗ ଏବଂ ଆତ୍ମୀୟସ୍ୱଜନ ଉପସ୍ଥିତ ରହିଥିଲେ l ଏହି ସ୍ମୃତିଚାରଣ ସଭାରେ ବରିଷ୍ଟ ବିଜେପି ନେତା ଶ୍ରୀ ମିଶ୍ର ଙ୍କ ସମେତ ବିଜେପି କର୍ମୀ ମିନକେତନ ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ପ୍ରମୋଦ କୁମାର ବାରିକ, ଯୋଗେନ୍ଦ୍ର ବେହେରା, ଯୁବ ସମାଜସେବୀ ଜଗବନ୍ଧୁ ସ୍ୱାଇଁ, ସୂର୍ଯ୍ୟକାନ୍ତି ହରିଚନ୍ଦନ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦାନ କରି ସ୍ବର୍ଗତ ସ୍ୱାଇଁ ଙ୍କ ସ୍ମୃତି ଚାରଣ କରିଥିଲେ l ଶେଷରେ ପୁତ୍ର ବିଶ୍ୱଜିତ ସ୍ୱାଇଁ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ l

Leave A Reply

Your email address will not be published.