ଗୁଣପୁର ଟାଇଟନ୍ ଓ୍ବିନର, ରନରସ୍ ହେଲେ ନ୍ଯୁଏସ ଲାଏନ୍ସ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ମିନି ଷ୍ଟାଡିୟମରେ ଗୁଣପୁର ପ୍ରିମିୟର୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଜାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆଜି ମୁଖ୍ଯ ଅତିଥି ଭାବେ ପୁର୍ବତନ ରାଜ୍ଯସଭା ସାଂସଦ ଏନ. ଭାସ୍କର ରାଓ ଯୋଗଦେଇ ଗୁଣପୁର ଅଞ୍ଚଳରେ ଖେଳ ଓ ଶିକ୍ଷାର ଅଭାବ ନାହିଁ। କିନ୍ତୁ ଏହି ଦୁଇଟିରେ ମନଦେଇ ପରିଶ୍ରମ କଲେ ଆଗକୁ ବଢିବାର ସୂଯୋଗ ଶୃଷ୍ଟି ହୋଇଥାଏ ବୋଲି ଯୁବଗୋଷ୍ଠୀଙ୍କ ଉଦେଶ୍ୟରେ କହିଥିଲେ। ଦିଲିପ ତିର୍କୀ ଙ୍କ ଉଦାହରଣ ଦେଇ ସେ ସମସ୍ତ ଖେଳାଳି ମାନଙ୍କ ପ୍ରେରଣା ହୁଅନ୍ତୁ ବୋଲି କହିବା ସହ ଆଦିବାସୀ ଙ୍କ କ୍ରିଡା ର ବିକାଶ ପାଇଁ ରାଜ୍ଯ ସରକାର କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ମଧ୍ୟ କହିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ, ବ୍ଲକ ଅଧ୍ଯକ୍ଷା ଝିଲି ଶବର, ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ,ଲେମ୍ପ୍ ସଭାପତି କୁଜଂ ବିହାରୀ ଶବର, ହାଉସିଂ ବୋର୍ଡ ସଭାପତି ରାଜେନ୍ଦ୍ର ସାଉକାର, ସ୍ଥାନୀୟ କାଉନସିଲର ଚେପାଲି ସରଷ୍ପତି ପ୍ରମୁଖ ଉପସ୍ଥିତ ରହି ଟ୍ରଫି ଓ ନଗଦ ପୁରସ୍କାର ବଣ୍ଟନ କରିଥିଲେ।
ଆଜିର ଏହି ମ୍ଯାଚ୍ ରେ ଗୁଣପୁର ଟାଇଟନ୍ ଓ ଗୁଡାରୀ ର ନ୍ଯୁଏସ୍ ଲାଏନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ଯାଚ୍ ରେ ନ୍ଯୁ ଏସ ଲାଏନ୍ସ ଦଳର ଖେଳାଳି ମାନେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିବା ବେଳେ ଏହି ଦଳ ୨୦ ଓଭରରେ ୧୩୨ ରନ୍ ସଂଗ୍ରହ କରି ୭ଟି ଓ୍ବିକେଟ ହରାଇ ହରାଇଥିଲେ । ଏହି ଦଳର ଦିନେଶ କୁମାର ମାଝୀ ୩୩ ରନ୍ କରିଥିବା ବେଳେ ଦେବାଶିଷ ବଡ ୩୪ ରନ୍ ସଂଗ୍ରହକରି ଥିଲେ। ଗୁଣପୁର ଟାଇଟନ୍ ଦଳ ଆଜି ଟସ୍ ଜିତି ପ୍ରଥମେ ବଲିଂ ନିଷ୍ପତ୍ତି ନେଇଥିଲେ । ଏହି ଦଳ ପକ୍ଷରୁ ଟୁନା ବିଡିକା ୪ ଓଭର ରେ ୩୫ ରନରେ ୨ଟି ଓ୍ବିକେଟ୍ ନେଇଥିବା ବେଳେ ସାଇଦ୍ ଜାଣି ୪ ଓଭରରେ ୧୮ ରନ୍ ରେ ଦୁଇଟି ଓ୍ବିକେଟ୍ ନେଇଥିଲେ। ଦ୍ବିତୀୟ ଇନିସ୍ ରେ ଗୁଣପୁର ଟାଇଟନ୍ ୧୫ ଓଭର ଚାରୋଟି ବଲ୍ ରେ ୧୩୭ ରନ୍ କରି ବିଜୟ ଲାଭ କରିଥିଲେ । ଏହି ଦଳର କ୍ଷମା ଶାଗର ବଳ ୨୮ଟି ବଲ୍ ରେ ୬୨ ରନ୍ କରିଥିବା ବେଳେ ଅଂଶୁମାନ ପଟ୍ଟନାୟକ ୨୦ଟି ବର୍ ରେ ୨୬ ରନ୍ କରିଥିଲେ। ଫଳରେ ୭ଟି ଓ୍ବିକେଟ୍ ରେ ଗୁଣପୁର ଟାଇଟନ୍ ବିଜୟି ହୋଇଥିଲେ। ଆଜି ମ୍ଯାନ ଅଫ୍ ଦି ମ୍ଯାଚ, ମ୍ଯାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଓ ଆଦର୍ଶ ବଲର ଭାବେ କ୍ଷମା ଶାଗର ବଳ ଟ୍ରଫି ସହ ନଗଦ ପୁରସ୍କାର ପାଇଥିଲେ। ବେଷ୍ଟ ବେଟସ୍ ମ୍ଯାନ ସୋନ୍ତଷ ପାତ୍ର ଟ୍ରଫି ପାଇଥିଲେ। ଆଜିର ଏହି ଟୁର୍ଣ୍ଣାମେଣ୍ଟ ରେ ଓ୍ବିନର ପୂରସ୍କାର ୬୬୬୬୬ ନଗଦ ପୁରସ୍କାର ଦିଆଯାଇଥିବା ବେଳେ ରନର ପୁରସ୍କାର ଭାବେ ୪୪୪୪୪ ନଗଦ ଦିଆ ଯାଇଥିଲା। ଏହି ମ୍ୟାଚ ରେ ସାରଦା ପ୍ରସନ୍ନ ମହାପାତ୍ର ଓ ସପନ ଦାସ ଅମ୍ପାୟାର ଦାୟିତ୍ୱ ତୁଲାଇ ଥିଲେ। ବିଶ୍ବ ଭୂଷଣ ଲିମା ଓ ହରୀ ଗମାଙ୍ଗ ସ୍କୋରର ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ ର ପରିଚାଳନା ଦାୟିତ୍ବରେ କିରଣ ପାଣିଗ୍ରାହୀ, ଅଂଶୁମାନ ପଟ୍ଟନାୟକ, ସନ୍ଦିପ ପାଣିଗ୍ରାହୀ, ଚିନ୍ମୟ ରାଇକା, ରାଜ କିଶୋର ଗୌଡ, ଉମା ବାଉରୀ, ସରୋଜ ମିଶ୍ର, ଶଙ୍କର ବାଉରୀ, ବଳିଆ ମହାନ୍ତି, ତେନାଲି ରାଜା, ଏ. ଉପେନ୍ଦ୍ର ପ୍ରମୁଖ ରହିଥିଲେ।