ଭଞ୍ଜନଗର ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ଉତ୍ସବ

0 1

 ଭଞ୍ଜନଗର/ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ଆଜି ନଭେମ୍ବର ୧୪ ତାରିଖ ରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ, ଠାରେ ଶିଶୁ ଦିବସ ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି ।

ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ I ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ, କୋମଳ ମତି ଛାତ୍ରୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ପ୍ରଥମେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ମାନନୀୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନ ଆଦର୍ଶ ଆଲୋଚନା କରାଯାଇଥିଲା ଓ ପରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଗୁରୁ ଛାତ୍ର ଏବଂ ଉକ୍ତ ମହାବିଦ୍ୟାଳୟ ର ଶିକ୍ଷକ ଶ୍ରୀ ରେଡ୍ଡୀ, ଶ୍ରୀ ନାୟକଙ୍କ ଦ୍ଵାରା ମହାପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗ ରେ ପୂର୍ବରୁ କରାଯାଇଥିବା ସମସ୍ତ ଶୈକ୍ଷିକ ପ୍ରତିଯୋଗିତା ମlନ କରାଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବ୍ୟସ୍ତ ବହୁଳ କାର୍ଯ୍ୟ ସୂଚୀ ମଧ୍ୟରେ ଥାଇ ସୁଦ୍ଧା ପ୍ରଧାନ ଶିକ୍ଷକ ଶ୍ରୀ ନାହାକଙ୍କ ଦୃଢ ମନୋବୃତ୍ତି ଯୋଗୁଁ ଏହା କେବଳ ସମ୍ଭବ ହୋଇପାରିଛି । ଶିଶୁ ହସିଲେ ଦୁନିଆ ହସେ , ଏଣୁ ଶିଶୁ ମାନେ ଦେଶର ଭବିଷ୍ୟତ ବୋଲି ପ୍ରଧାନ ଶିକ୍ଷକ ଉକ୍ତି ରଖିଥିଲେ I କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଗୁରୁ ଛାତ୍ର ଗଣ , ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ଓ ଶ୍ୟାମ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.