ଶିଶୁ ଯତ୍ନ ଅନୁଷ୍ଠାନର ପିତୃମାତୃହୀନ ଶିଶୁଙ୍କ ସହିତ ଦୀପାବଳୀ ଉତ୍ସବ ପାଳନ କଲେ ଜିଲ୍ଲାପାଳ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଲୋକର ପର୍ବ ଦୀପାବଳୀ ଉତ୍ସବକୁ ଶିଶୁ ଯତ୍ନ ଅନୁଷ୍ଠାନର ପିତୃମାତୃହୀନ ଶିଶୁମାନଙ୍କ ସହ ପାଳନ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ। ସୂଚନା ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଉତ୍କଳ ବାଳାଶ୍ରମ ଏବଂ ପ୍ରାଉଡ଼ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନର ୬୭ ଜଣ ମାତୃପିତୃହୀନ ଶିଶୁ ମାନଙ୍କ ସହ ଅନୁଷ୍ଠାନ ପ୍ରାଙ୍ଗଣରେ ଦୀପ ଜାଳି ଦୀପାବଳୀ ପର୍ବ ପାଳନ କରାଯାଇଥିଲା। ଶିଶୁ ମାନଙ୍କୁ ଏହି ଅବସରରେ ଜିଲ୍ଲାପାଳ ସବୁଜ ବାଣ ଏବଂ ମିଠା ବଣ୍ଟନ କରିଥିଲେ।
ପିଲାମାନଙ୍କ ସହିତ ସିଧାସଳଖ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ କଥା ହୋଇ ପିଲାମାନଙ୍କର ଶିକ୍ଷା , ସ୍ବାସ୍ଥ୍ୟ ଏବଂ ଅନୁଷ୍ଠାନ ମାନଙ୍କରେ ଥିବା ରହଣି ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ।
ପିଲାମାନଙ୍କ ସହ ମିଶି ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବା ସହ ପୂର୍ବ ପୁରୁଷ ଏବଂ ମହାପୁରୁଷ ମାନେ ଆଶୀର୍ବାଦ କରନ୍ତୁ , ଯାହାକି ଶିଶୁ ମାନଙ୍କର ମଙ୍ଗଳ ହେବା ସହ ଦେଶ ସମୃଦ୍ଧି ହେବ ସେଥିପାଇଁ କାମନା କରିଥିଲେ।
ପରେ ଜିଲ୍ଲାପାଳ ଶିଶୁମାନଙ୍କ ଦ୍ବାରା ଆୟୋଜିତ ସଙ୍ଗୀତ ଏବଂ ନୃତ୍ୟ ଦେଖି ଖୁବ୍ ଖୁସି ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଶ୍ରୀ ଡ଼ମ୍ବରୁଧର ବଳବନ୍ତ ଏବଂ ଉତ୍କଳ ବାଳାଶ୍ରମ ଓ ପ୍ରାଉଡ଼ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.