ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ ଅମାବାସ୍ୟା ରବିବାର ଦିନ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଜଗଦମ୍ବା ଜୟନ୍ତୀ ଏବଂ ଦୀପଦାନ ଉତ୍ସବ ପାଳିତ ହୋଇଯାଇଛି। ଅପରାହ୍ନରେ ସ୍ଥାନୀୟ ଆର୍ବନ ହଷ୍ଟେଲ ଛାତ୍ରାବାସ ଅନ୍ତେବାସୀଙ୍କ ଗହଣରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଉପସ୍ଥିତ ରହି ଉତ୍ସବର ମୁଖ୍ୟ ବିଷୟ ବୁଝାଇବାପରେ ଆମ ଦେଶପାଇଁ ବଳିଦାନ ଦେଇଥିବା ଦେଶ ପ୍ରେମି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ରାତିରେ ବାଳ ମୁକୁନ୍ଦ କେନ୍ଦ୍ର , ଶ୍ରୀ ରସିକରାଜ ମନ୍ଦିର (ପରିଚ୍ଛା ମଠ) ଠାରେ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ଏବଂ ପରିଚାଳକ ମୂରଲୀଧର ପରିଚ୍ଛାଙ୍କ ମାର୍ଗଦର୍ଶନରେ ଭାରତୀୟ ଓ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ଉତ୍ସବ ପାଳିତ ହୋଇଥିଲା। ଶେଷରେ ଆକାଶଦୀପ ଦାନ ପରେ ବଡ଼ ବଡୁଆ ଡାକ ସମସ୍ତେ ଦେଇଛନ୍ତି। ବଡବଡୁଆ ହୋ ଅନ୍ଧାରରେ ଆସ , ଆଲୁଅରେ ଯାଅ , ଗଙ୍ଗା ଯାଅ , ଗୟା ଯାଅ , କ୍ଷୀରି ଖାଅ , ପିଠା ଖାଅ , ଶ୍ରୀ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ ଗଡୁ ଥାଅ ।
Sign in
Sign in
Recover your password.
A password will be e-mailed to you.