ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଦେଲେ ପରାମର୍ଶ
ଭୁବନେଶ୍ୱର : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଇଂ ଅବନୀ କାନ୍ତ ସାହୁ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ବଣାଇ ପଞ୍ଚାୟତ ପରିଦର୍ଶନରେ ଯାଇ ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ସମେତ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ l ପ୍ରଥମେ ସ୍ଥାନୀୟ କନ୍ତଯୋଡି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାରେ ଦିଆଯାଉଥିବା ରନ୍ଧାଖାଦ୍ୟ, ଖାଦ୍ୟ ସାମଗ୍ରୀ ଓ ତାହାର ଗୁଣବତ୍ତା ଓ ମାନ ନିରୀକ୍ଷଣ କରିଥିଲେ l ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ,ଖାଦ୍ୟ ସୁରକ୍ଷା,ମିଶନ ଶକ୍ତିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଯୋଜନା ଏବଂ ଆବଣ୍ଟନ,ଭୂମିହୀନକୁ ଜମି ପଟ୍ଟା ପ୍ରଦାନ,କୃଷି ଓ କୃଷକ ଉନ୍ନତ, ମାଛ ଓ ପଶୁପାଳନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ଶିକ୍ଷାର ବିକାଶ, ପ୍ରସ୍ତୁତି ଓ ଶିଶୁର ର ବିକାଶ, ଗ୍ରାମୀଣ ବିକାଶ, ସାମାଜିକ ନିରାପତ୍ତା ସମ୍ପର୍କରେ ଆଲୋଚନା ହେବା ସହିତ ବଣାଇ ବ୍ଲକ ଜନପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ଲିଖିତ ଆକାରରେ ମାନ୍ୟବର ଅଧ୍ୟକ୍ଷଙ୍କୁ ଜଣାଇଛନ୍ତି l ପରିଦର୍ଶନ ବେଳେ ସାଙ୍ଗରେ ଓଡିଶା ଖାଦ୍ୟ ନିଗମ ସଦସ୍ୟା ଶ୍ରୀମତୀ ପ୍ରେମଶୀଳ କେର୍କେଟା, ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ, ବିଡିଓ ଦିବ୍ୟଶଙ୍କର ଜୟପୁରୀୟା ପ୍ରମୁଖ ଉପସ୍ଥିତ ଥିଲେ l
ଏହାପରେ ବଡପୋଷ ସେବାଶ୍ରମ ସ୍କୁଲ ଏବଂ ବୈଦ୍ୟପାଳି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିବେଶ, ସ୍ବଚ୍ଛତା, ଖାଦ୍ୟ, ପାନୀୟ ଜଳ ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ l ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟର ସଭାଗୃହ ଠାରେ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇଥିଲା lବୈଠକରେ ଯୋଗଦେଇ ଶ୍ରୀ ସାହୁ କହିଥିଲେ ଯେ , ସେଥିରେ ଯେଉଁ ଯେଉଁ ଅଙ୍ଗନବାଡି କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ଘର ତିଆରି ହୋଇପାରିନାହିଁ ସେଠାରେ ତୁରନ୍ତ ପଢାଘର ସହ ରୋଷେଇ ଘର ତିଆରି ପାଇଁ ପଦକ୍ଷେପ ନିଆଯିବ, ଖାଉଟି ପଡ଼ି କାର୍ଡରେ ଖାଦ୍ୟ ସାମଗ୍ରୀର ସୂଚାରୁ ରୂପେ ବଣ୍ଟନ, ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ସମୟାନୁଯାଇ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ପ୍ରାଥମିକତା ଦେବାକୁ କହିଥିଲେ l ଏହି ବୈଠକରେ ଡିଏସଏସଓ ସୁନ୍ଦରଗଡ,ବ୍ଲକ ଅଧକ୍ଷ୍ୟା , ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l