ବରଗଡ :- ବରଗଡ଼ ଜିଲ୍ଲା ଉପାନ୍ତ ଝାରବନ୍ଧ ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଟଙ୍କା ଲୁଟି ନେବା ଘଟଣା ରେ ଆଜି ଝାରବନ୍ଧ ପଲିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି l ଝାରବନ୍ଧ ଥାନା ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମହାନ୍ତି ପ୍ରଦାନ କରିଥିବା ସୂଚନା ମୁତାବକ ଗତ ୭ ତାରିଖ ଦିନ ଝାରବନ୍ଧ ଥାନା ଅନ୍ତର୍ଗତ ଧନେଶ୍ୱର ଗାଁ ର ରୁପଧର ସାହୁ ନାମକ ବ୍ୟକ୍ତି ଝାରବନ୍ଧ ଏସଡିସିସି ବ୍ୟାଙ୍କରୁ କୋଡିଏ ହଜାର ଟଙ୍କା କାଢି ନିଜର ଟିଭିଏସ ସ୍କୁଟି ଗାଡିର ଡ଼ିକିରେ ରଖି କିଛି ବାଟ ଆସି ଗୋଟିଏ ଦୋକାନ ରେ ସଉଦା କିଣିବାକୁ ଯାଇଥିଲେ, ଏହି ସମୟରେ ଝାରବନ୍ଧ ର ପ୍ରିୟମ ପ୍ରଧାନ, ସନଦଦାର ଗ୍ରାମର କୋଶଲ ଚନ୍ଦ୍ର ସାହୁ ଡ଼ିକି ଭାଙ୍ଗି ଚୋରି କରିଥିଲେ, ଏଥିରେ ବିଜାଢୋଲ ର ଜନ୍ମଜୟ (ଶମ୍ଭୁ )ହାତୀ ନାମକ ଯୁବକ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି l ଚୋରି ଅଭିଯୋଗ ଆସିବାପରେ ପୋଲିସ ତଦ୍ଦନ୍ତ ତନାଘନା କରିଥିଲା, ଏବଂ କିଛି ସୁରାଗ ପାଇଁ ତିନି ଜଣ ଯୁବକଙ୍କୁ ପାଇକମାଳ ନିକଟରୁ କାବୁ କରିଥିଲା, ତାଙ୍କ ନିକଟରୁ ସମୁଦାୟ ୯ ହଜାର ଟଙ୍କା ଓ ତାଙ୍କ ଦ୍ୱାରା ଲୁଟ ବ୍ୟବହାର କରାଯାଇଥିବା ପଲସର ବାଇକ କୁ ପୋଲିସ ଜବତ କରିଛି ଏବଂ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଝାରବନ୍ଧ ଥାନା କେଶ ନ 168/23 ଧାରା 394ରେ ମାମଲା ରୁଜ୍ଜୁ କରି କୋର୍ଟ କୁ ଚାଲାଣ କରିଛି l ଏହି କେଶର ପରବର୍ତ୍ତୀ ତଦ୍ଦନ୍ତ ଭାର ଏସଆଇ ପ୍ରଦୀପ କୁମାର ଶବର ଙ୍କୁ ପ୍ରଦାନ କରା ଯାଇଥିବା ସୂଚନା ରହିଛି l
Sign in
Sign in
Recover your password.
A password will be e-mailed to you.