ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ର ବିକାଶ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବ :- ବିଧାୟିକା ବର୍ଷା ସିଂ ବରିହା

0

ବରଗଡ :-ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ଛୀଂଦେଇକେଳା ଗ୍ରାମରେ ଆଜି ଗ୍ରାମର ହାଇ ସ୍କୁଲ ଓ ଏମ ଇ ସ୍କୁଲ ପରିସରରେ ଯଥାକ୍ରମେ 30 ଲକ୍ଷ ଇ 20 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଦୁଇ ଗୋଟି ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଙ୍କର ଦ୍ୱାରା ଭୁମୁପୂଜନ ଓ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଉ ଯାଇଛି । ଏହି ଅଵସର ରେ ସ୍କୁଲ ପ୍ରଗଣ ରେ ଛାତ୍ରଛାତ୍ରୀ , ଗ୍ରାମବାସୀ ତଥା ଅବିଭାବକ ମାନଙ୍କୁ ସହିତ ବିଧାୟିକା ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ସୁନ୍ଦର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କରିଥାଏ ବୋଲି କହିବା ସହିତ , ଛାତ୍ରଛାତ୍ରୀ ମାନେ ଭଲ ଭାବରେ ପାଠ ପଡି ଅଞ୍ଚଳ ତଥା ଦେଶର ନାମ ବିଶ୍ୱ ସ୍ତରରେ ଉଜ୍ବଳ ଜରିବା ପାଇଁ ପ୍ରୟାସ କରିବା ପାଇଁ କହିଥିଲେ । ନିର୍ମାଣ ହେବାକୁ ଥିବା ନୂତନ କୋଠା ର ନିର୍ମାଣ କୁ ନିର୍ଧାରିତ ସମୟ ସୀମା ଭିତରେ ସମ୍ପୂର୍ଣ୍ଣ ଜରିବା ପାଇଁ ମାନ୍ୟବର ବିଧାୟିକା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବିଡିଓ ଶ୍ରୀ ପ୍ରଫୁଲ କୁମାର ଓଦୋ , ଶିକ୍ଷା ବିଭାଗ ର ଅନେକ ଅଧିକାରୀ ଙ୍କର ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।
ସେହିଭଳି ପାଇକମାଲ ବ୍ଲକ ଅଫିସ ସମ୍ମୁଖରେ ନବନିର୍ମିତ ଦ୍ୱାରା ର ଲୋକାର୍ପଣ , ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବରେ ମାନ୍ୟବର ବିଧାୟିକା ଙ୍କର ଦ୍ୱାରା ସମ୍ପନ୍ନ କରାଯାଇ ଥିଲା ।

Leave A Reply

Your email address will not be published.