ଅନ୍ୟାୟ ଅତ୍ୟାଚାର ର ବିରୋଧ ତ ଲୋକେ କରିବେ :- ସୁଶାନ୍ତ ସିଂ

0

https://youtu.be/4Xhpk3PJBpQ

“ଆମେ ଅନ୍ୟାୟ କରିନାହୁଁ କିମ୍ବା ଅନ୍ୟାୟ କୁ ପ୍ରଶ୍ରୟ ଦେଇ ନାହୁଁ “

ସାଂସଦ ସୁରେଶ ପୂଜାରୀ ଙ୍କୁ ପୁଣି ଖୋଲାଖୋଲି ଚେଲେଞ୍ଜ କଲେ ବିଧାୟକ ସୁଶାନ୍ତ ସିଂ

ବରଗଡ :- ଗର କିଛି ଦିନ ତଳେ ଆମ୍ବଭନା ର ମାତାଲ ଥାନା ଅଧିକାରୀ ର ଏକ ପିକନିକ ସ୍ପଟ କୁ ଯାଇ ମାଦକ ଦ୍ରବ୍ୟ ଚେକିଂ ନାମରେ , ପିକନିକ କରିବା ପାଇଁ ଆସିଥିବା ସୋହେଲାର ଅନନ୍ତ ପୂଜା କମିଟି ଓ ନାମଯଜ୍ଞ କମିଟି ର ପିଲା ମାନଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ଧମକ ଦେବା ଘଟଣା ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ଆମ୍ବଭନା ରେ ଥାନା ଉପରେ ଲୋକଙ୍କ ଆକ୍ରମଣ ଘଟଣା କୁ ନେଇ ଗତ କିଛି ଦିନ ହେଲା ମିଡ଼ିଆ ଉଠୁଛି ଆଉ ପଡୁଛି । ଆମ୍ବଭନା ଥାନା ଉପରେ ଲୋକେ ତାଙ୍କର ରାଗ ସୁଝାଉଥିବା ସମୟରେ ଘଟଣା ବାବଦରେ ଖବର ପାଇ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାଇ ସେଠାରୁ ଚାଲି ଯିବା ପାଇଁ କହିଥିବା ବେଳେ , ଅଭ୍ୟାସ ମୁତାବକ କିଛି ଗଣମାଧ୍ୟମ ଓ ବିରୋଧୀ , ବିଧାୟକ ସୁଶାନ୍ତ ସିଂ ନିଜର ଲୋକଙ୍କୁ ଥାନା ଉପରେ ଆକ୍ରମଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ବୋଲି ବାରମ୍ବାର ରଡି ଛାଡ଼ୁଛନ୍ତି । ଗତ ଦୁଇ ଦିନ ପୂର୍ବରୁ ବିଜେପି ତରଫରୁ ବରଗଡ଼ ରେ ଏକ ରେଲି କରାଯିବା ସହିତ ସୁଶାନ୍ତ ଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା ଓ ଲୋକ ସଭା ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କର ଦ୍ୱାରା ନାନା ପ୍ରକାର ଭିତ୍ତିହୀନ କପୋଲକଳ୍ପିତ ଆରୋପ ଲଗା ଯାଇଥିଲା ଏହି ଆରୋପ ସବୁର ଉତ୍ତର ଏକ ଭିଡିଓ ବାର୍ତା ଜରିଆରେ ରଖିଛନ୍ତି ବିଷୟକ ଶ୍ରୀ ସୁଶାନ୍ତ ସିଂ ।
ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାରେ ବିରୋଧୀ ଙ୍କର ଏକମାତ୍ର ଟାର୍ଗେଟ ହେଉଛନ୍ତି ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ । ବିରୋଧୀ ଙ୍କର ତରଫରୁ ତାଙ୍କୁ ବାରମ୍ବାର ବିଭିନ୍ନ ଆଲ ଦେଖାଇ ଓ ଭିତ୍ତିହୀନ ଅଭିଯୋଗ ରେ ଟାର୍ଗେଟ ଜରାଯାଇ ଥାଏ । ଅବଶ୍ୟ ସବୁବେଳେ ସବୁ ସ୍ଥାନରେ ବିରୋଧୀ ଙ୍କୁ କଡା ଟକ୍କର ଦେଇ ସୁଶାନ୍ତ ସିଂ ଆଜି ଲୋକପ୍ରିୟତା ର ଶୀର୍ଷରେ । ବାରମ୍ବାର ସୁଶାନ୍ତ ସିଂ ଙ୍କର ନିକଟରୁ ଶୋଚନୀୟ ଓ ଲଜ୍ଜା ଜନକ ପରାଜୟ ସତ୍ୱେ ବିରୋଧୀ ନୂତନ ନୂତନ ଷଡ଼ଯନ୍ତ୍ର କରିବା ରେ ବ୍ୟସ୍ତ ।
ଭିଡିଓ ବାର୍ତା ରେ ଶ୍ରୀ ସୁଶାନ୍ତ ସିଂ , ସାଂସଦ ସୁରେଶ ପୂଜାରୀ ଙ୍କର ଅନେକ ଗୁଡିଏ ପ୍ରଶ୍ନ ର ଉତ୍ତର ରଖିବା ସହିତ ସୁରେଶ ପୂଜାରୀ ଙ୍କୁ ଅନେକ ପ୍ରଶ୍ନ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଖୋଲାଖୋଲି ଭାବରେ ଚେଲେଞ୍ଜ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପଦ୍ମପୁର ଉପନିର୍ବାଚନ ସମୟରେ ମଧ୍ୟ ସୁରେଶ ପୂଜାରୀ ଙ୍କର ଅବାନ୍ତର ଆରୋପ ର ଜବାବ ରଖି ସୁଶାନ୍ତ ସିଂ ସୁରେଶ ପୂଜାରୀ ଙ୍କୁ ଚେଲେଞ୍ଜ କରିଥିଲେ , ଯାହାର ପରିଣାମ ସମସ୍ତଙ୍କୁ ଜଣା ।
ସୁରେଶ ପୂଜାରୀ ଙ୍କର ମନ୍ତବ୍ୟ ରେ କହିଥିଲେ ଯେ କୁଆଡେ ପାଇକମାଲ ଥାନା ଉପରେ ମାଓବାଦି ମନେ ଆକ୍ରମଣ କରିଥିଲେ । ଯାହାକି ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ।ପାଇକମାଲ ଥାନା ଉପରେ ଅଦ୍ୟାବଧି କୋଣସି ମାଓ ଆକ୍ରମଣ ହୋଇ ନାହିଁ ।
ସୁଶାନ୍ତ ସିଂ ଙ୍କର ସମ୍ପର୍କ ଉତ୍ତର ପ୍ରଦେଶ ର ମାଫିଆ ଗୁଡୁ ମୁସଲିମ ଓ ମାଫିଆ ରାଜା ଖାଁ ସହିତ ଥିବା , ସୁରେଶ ପୂଜାରୀ ଙ୍କର ବୟାନ ଉପରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ସିଂ ସୁରେଶ ପୂଜାରୀ ଙ୍କୁ କହିଥିଲେ ଯେ ‘ ଆପଣ ଙ୍କର ହାତରେ ସମସ୍ତ ତନ୍ତ ରହିଛି , ଆପଣ ଙ୍କର ଅଭିଯୋଗ ର ଗୋଟିଏ ମାତ୍ର ପ୍ରମାଣ ଦିଅନ୍ତୁ ମୁଁ ରାଜନୀତି ରୁ ସନ୍ୟାସ ନେଇ ଯିବି । ଆପଣଙ୍କ ଭାଗ୍ୟ ଭଲ ଯେ ଗତ ଥର ନିର୍ବାଚନ ରେ ଫୁଲବାମା ଘଟଣା କ୍ରମରେ ଆପଣ ବିଜୟୀ ହୋଇଥିଲେ । ଏଥର ଆପଣ ଛିଡା ହେଲେ ଦୁଇ ରୁ ଅଢେଇ ଲଷ ଭୋଟ ରେ ହାରିବେ । ଆଉ ରହିଲା ଆମ୍ବଭନା ରେ ମାଓ ବାଦି ଘଟଣା , ପିକନିକ କରିବା ପାଇଁ ସୋହେଲା ର ବିଜେଡି ର ପିଲା ମାନେ ଯାଇ ନ ଥିଲେ । ସୋହେଲା ଅନନ୍ତ ପୂଜା କମିଟି ଓ ନାମଯଜ୍ଞ କମିଟିର ପିଲା ମାନେ ଯାଇଥିଲେ , ଯେଉଁ ଥିରେ ଦଳ ମତ ନିର୍ବିଶେଷରେ ସମସ୍ତେ ରହିଥିଲେ । ଏହା ସହିତ ସାଂସଦ ଙ୍କର ପାଣ୍ଠି ଓ କାର୍ୟ୍ଯ ନେଇ ବିଧାୟକ ପ୍ରଶ୍ନ କରିଥିବା ବେଳେ ଏତେ ବଡ଼ କୋରୋନା ମହାମାରୀ ସମୟରେ ଆପଣ ଓ ଆପଣ ଙ୍କର ଦଳୀୟ ନେତା ମାନେ କୁଆଡେ ଥିଲେ ବୋଲି ପ୍ରଶ୍ନ କରିଥିଲେ । ଲୋକଙ୍କୁ ଭୁଲ କଥା କହି ତଥା ମିଥ୍ୟା ପ୍ରତିଶ୍ରୁତି ଦେଇ ରାଜନୀତି କରିବା ପରିବର୍ତ୍ତେ ଲୋକଙ୍କ କାମ କରନ୍ତୁ ନଚେତ ଆଗାମୀ ନିର୍ବାଚନ ରେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର 7 ବିଧାନସଭା ଓ ଲୋକସଭା ଆସନ ରେ ଆପଣଙ୍କ ଶୋଚନୀୟ ପରାଜୟ ସୁନିଶ୍ଚିତ । ଆଗାମୀ ନିର୍ବାଚନ ରେ ଲୋକେ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀ ସିଂ ।।

Leave A Reply

Your email address will not be published.