ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଙ୍କ କାର୍ଯ୍ୟ ରେ ଯୋଗଦାନ

0

ଜଗତସିଂହପୁର, ତା ୦୬ .୧୧.୨୦୨୩ ରିଖ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ ଆଜି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ଯୋଜନା କମିଟି ଠାରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ଶ୍ରୀ ଦାସ ଜଗତସିଂହପୁର ଜିଲ୍ଲା ସର୍ବଦା ବିକାଶ ସହିତ ଜଡିତ ଏବଂ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଜିଲ୍ଲା କୁ ବିକାଶ ର ନୂଆ ଦିଗ ଦେଖାଇବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। ଯୋଜନା ଗୁଡିକ କାର୍ଯ୍ୟକାରୀ କରି ବିକାଶ କୁ ତ୍ୱରାନ୍ୱିତ କରିବା ଓ ସମସ୍ତ ଜିଲ୍ଲାବାସୀ କିପରି ଏହାର ସୁଫଳ ପାଇପାରିବେ , ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ଏହି ଅବସରରେ ବାଲିକୁଦା ବ୍ଲକ ଚେୟାରମ୍ୟାନ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଜଟାଧାରି ଦାସ,ଶ୍ରୀମତୀ ତଟିନା ସ୍ବାଇଁ, ଶ୍ରୀମତୀ ଡଲି ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୀ ଯୁଗଳ କିଶୋର ମହାନ୍ତି, ଶ୍ରୀ ରଵିନାରାୟଣ ଜେନା, ଉପନିର୍ଦ୍ଦେଶକ ଯୋଜନା ଓ ପର୍ଯ୍ୟବେକ୍ଷଣ, ଶ୍ରୀମତୀ ସବିତା ସାହୁ, ଜିଲ୍ଲା ଯୋଜନା କାର୍ଯ୍ୟାଳୟ ର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.