ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅଷ୍ଟବିଂଶତମ ରାଜ୍ୟ ସ୍ତରୀୟ ଛାତ୍ରୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦଘାଟିତ କରିଥିବା ବେଳେ ଆୟୋଜକ ଅନୁଷ୍ଠାନର ସଭାପତି ବିଜୟ ମୁନୀ , ସଂପାଦକ ଗୌରହରି ପଟ୍ଟନାୟକ , ଅଧ୍ୟକ୍ଷ ଅରବିନ୍ଦ ଦାସ , କଟକ ମାତୃଭବନ ରୁ ଆସିଥିବା ମାତୃ ସାଧକ ପ୍ରାସାଦ ତ୍ରିପାଠୀ , ବିଜୟିନୀ ମହାପାତ୍ର ଓ ଗୀତାଞ୍ଜଳି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବିଶେଷ କରି ସମାଜ ଓ ରାଷ୍ଟ୍ର ନିର୍ମାଣ ରେ ବିଶେଷ କରି ଛାତ୍ରୀ ମାନଙ୍କ ଭୂମିକା କୁ ନେଇ ଯୋଗୀ ପୁରୁଷ ଶ୍ରୀଅରବିନ୍ଦ ଓ ଶ୍ରୀମା ଯେଁଉ ସ୍ବପ୍ନ ଓ ଚିନ୍ତନ କରିଥିଲେ ତାହାକୁ କାର୍ଯ୍ଯକାରି କରିବା ଏହି ସମ୍ମିଳନୀ ର ମୁଖ୍ୟ ଲକ୍ଷ ବୋଲି ଅତିଥି ମାନେ ବକ୍ତବ୍ୟ ରେ କହିଥିଲେ।
ଛାତ୍ରୀ ମାନେ ମାତୃସଙ୍ଗୀତ ଓ ମାତୃ ପତାକା ଉତ୍ତୋଳନ ଓ ମାର୍ଚ୍ଚଫାଷ୍ଟ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ରୁ ଛାତ୍ରୀ ମାନେ ଯୋଗଦେଇ ଏହି ସମ୍ମିଳନୀରେ ଦଳଗତ ଆଲୋଚନା ସହ ସଭା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନିଜ ସୁସ୍ଥ ଶରୀର ଗଠନ ବିଷୟରେ ଭାଗ ନେଇଥିଲେ। ବାହାର ଜିଲ୍ଲା ଛାତ୍ରୀଙ୍କ ସହ ଗଜପତି ଜିଲ୍ଲା ଓ ସ୍ଥାନୀୟ ପାରଳା ସହରର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଛାତ୍ରୀ ମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା ବିଭିନ୍ନ ଜିଲ୍ଲାରେ ଆୟୋଜିତ ହେଉଥିବା ବେଳେ ଚଳିତ ବର୍ଷ ପାରଳାଖେମୁଣ୍ଡି ଠାରେ ହୋଇଥିଲା। କାର୍ଯ୍ୟକ୍ରମ କୁ ଶିକ୍ଷାକେନ୍ଦ୍ରର ଶିକ୍ଷକ , ଶିକ୍ଷୟତ୍ରୀ , ପୁରାତନ ଛାତ୍ରମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.