ଝାରବନ୍ଧ -ମନୋହର ଦାଶ: ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାୟକ ଙ୍କ ନିର୍ଦେଶ କ୍ରମେ ଚଳିତ 17/11 ତାରିଖ ଦିନ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା, ସରେଇପାଲି ହେଉଥିବା ବିଧାନସଭା ନିର୍ବାଚନ କୁ ଦୃଷ୍ଟି ରେ ରଖି ପଦ୍ମପୁର, ପାଇକମାଲ ଅବକାରୀ ବିଭାଗ ତରଫରୁ ବେଆଇନ ରନ୍ଧା ମଦ କରବାର ରୋକିବାକୁ ବିଭିନ୍ନ ସ୍ଥାନ ରେ ଚଢ଼ଉ କୁ ତ୍ୱରାନ୍ୱିତ କରାଯାଇଛି l ପାଇକମାଲ ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ୱ ରେ ଝାରବନ୍ଧ ବ୍ଲକ ଲଉଡିଦରହା, ନୀଳଜୀପତରା ଚିରାଲ ନାଲା ର ପଠା ତଥା ଜଙ୍ଗଳ ରେ ଚଢ଼ଉ କରିଥିଲେ l ଗାଁ ନିକଟ ଘେରା ଜଙ୍ଗଳ ରୁ ବିପୁଳ ମାତ୍ରା ରେ ଦେଶୀ ରନ୍ଧା ମଦ ସହ ମହୁଳ ପୋଚ ନଷ୍ଟ କରିଛନ୍ତି l 2600 ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ 60 ଲିଟର ରନ୍ଧା ଦେଶୀ ମଦ କୁ ଘଟଣା ସ୍ଥଳ ରେ ନଷ୍ଟ କରିଦେଇଥିଲେ l ଏଥି ସହ ଡ୍ରମ ଓ ମଦ ରନ୍ଧା ବ୍ୟବହୃତ ଗଞ୍ଜ ଗାଡି ରେ ଲଦି ପାଇକମାଲ ଅବକାରୀ କାର୍ଯ୍ୟାଲୟ କୁ ଆଣିଥିଲେ l ଅଭିଯୁକ୍ତ ମାନେ ନିକଟସ୍ତ ଛତିଶଗଡ଼ ଅଞ୍ଚଳ ର ହୋଇଥିବାରୁ ଆଖପାଖରେ ଥିବା ଛତିଶଗଡ଼ ଅଞ୍ଚଳ ର ଜଙ୍ଗଳ ଓ ଗ୍ରାମ କୁ ପଳାଇ ଯାଇଥିବାରୁ କାହାରିକୁ ଗିରଫ କରା ଯାଇ ପାରି ନାହିଁ l ଏପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ତରଫ ରୁ ସୂଚନା ମିଳିଛି l ଏହି ଚଢ଼ଉ ରେ ଜଗଦଳପୁର ଥାନା,ଜଙ୍ଗଳ ବିଭାଗ ଅଧିକାରୀ ମାନେ ସାମିଲ ଥିଲେ l
Sign in
Sign in
Recover your password.
A password will be e-mailed to you.