ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୁଧବାର ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗଜପତି ଉତ୍ସବ – ୨୦୨୩ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ସ୍ମରଣିକାର ବଜେଟ୍ ଉପସ୍ଥାପନ ଏବଂ ସର୍ବ ସମ୍ମତି ଗ୍ରହଣ ଏବଂ ଏଥର ସୀମିତ କଳେବର ସହ ଉପାଦେୟ ଲେଖା ଗ୍ରହଣ ନିମନ୍ତେ ନିଷ୍ପତି ଗ୍ରହଣ କରାଗଲା। ସମସ୍ତ ଲେଖା ସଂକ୍ଷିପ୍ତ ହେବା ବାଞ୍ଛନୀୟ। ଗଜପତିର କଳା , ଲୋକ ସଂସ୍କୃତି , ଲୋକ ସାହିତ୍ୟ ଏବଂ ଅନାଲୋଚିତ ପ୍ରତିଭାଙ୍କୁ ସ୍ମରଣିକାରେ ପ୍ରକାଶିତ ହେବ। ଚଳିତ ମାସ ତା: ୧୫-୧୧-୨୦୨୩ ରିଖ ସୁଦ୍ଧା ଲେଖାଗୁଡ଼ିକ ମାରଫତ ଜିଲ୍ଲା ସୂଚନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ।
ବୈଠକରେ ପ୍ରଦୀପ ଗୁରୁମାଇ , ଡ.ଅଜୟ କୁମାର ତ୍ରିପାଠୀ , ବିଚିତ୍ରାନନ୍ଦ ବେବର୍ତ୍ତା , ଡ.ଚନ୍ଦ୍ର ଶେଖର ଦାସ , ଡ.କଲ୍ୟାଣୀ ମିଶ୍ର , ଆଶାଲତା ପାଣିଗ୍ରାହୀ , ଲୋକନାଥ ପଣ୍ଡା , ବିନୋଦ ଚନ୍ଦ୍ର ଜେନା ପ୍ରଭୃତି ଯୋଗଦାନ କରିଥିଲେ। ଶେଷରେ ଡ.କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post