ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ଜଣକର ମୃତ୍ୟୁ , ଦୁଇ ଗୁରୁତର

0

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଅପରାହ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶବର ବିହାର ଅସ୍ଥାୟୀ କଲୋନୀ ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିବା ଫଳରେ ଜଣକର ମୃତ୍ୟୁ ହେବା ସହ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି | ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣା ଜାଗାରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟି ଥିଲା ଏବଂ ଦୁଇ ଜଣ ଗୁରୁତର ଥିବା ବେଳେ ବର୍ତ୍ତମାନ ସେମାନେ ଗୁଣପୁର ସଦର ହସ୍ପିଟାଲରେ ଭର୍ତ୍ତି ହୋଇ ଥିବା ଜଣାପଡିଛି। ଘଟଣା ଜାଗାରେ ଗୁଣପୁର ଅଗ୍ନିଶମ ଦଳ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି।ବର୍ତ୍ତମାନ ଘଟଣା ଜାଗାରେ ଗୁଣପୁର ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଁଚି ଥିଲେ ଖୁବ ଶୀଘ୍ର ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ଆଲୋଚନା କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.