ଯୁକ୍ତ ତିନି ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ତଥା ଜାତୀୟ ଏକତା ଦିବସ ପାଳନ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ “ଦୁର୍ନୀତି ନିବାରଣ ସପ୍ତାହ” ଉଦ୍‌ଘାଟିତ ହେବା ସହିତ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲଙ୍କ ୧୪୮ତମ ଜୟନ୍ତୀ ଅବସରରେ “ଜାତୀୟ ଏକତା ଦିବସ” ପାଳନ ସମାନ ଦିନରେ ଅଥଚ ଭିନ୍ନ ସମୟରେ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମଙ୍ଗଳବାର ଦିନ ସକାଳ ୯.୦୦ ଘଣ୍ଟା ସମୟରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ରାଲିକୁ ଉଦ୍‌ଘାଟନ ପୂର୍ବକ କର୍ମଚାରୀ ତଥା ଛାତ୍ରୀ ମାନଙ୍କୁ ସ୍ଵଚ୍ଛତା , ସଚ୍ଚୋଟତା ବଜାୟ ରଖିବା ପାଇଁ ଉଦ୍‌ବୋଧନ ଦେଇଥିଲେ ଏବଂ “ନାଗରିକଙ୍କ ପାଇଁ ସାଧୁତାର ଶପଥ”- ଶୀର୍ଷକ ଏକ ସାମୁହିକ ଶପଥ ପାଠ କରାଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟର କର୍ମଚାରୀ ତଥା ଛାତ୍ରୀବୃନ୍ଦ ନିକଟସ୍ଥ ଜନବସତି ଫ୍ରେଣ୍ଡସ୍ କଲୋନୀ ପରିକ୍ରମା କରି ରାଜରାସ୍ତା ମଧ୍ୟଦେଇ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ “ଦୁର୍ନୀତିକୁ ବିରୋଧ କରିବା ରାଷ୍ଟ୍ର ପ୍ରତି ସମର୍ପିତ ରହିବା”- ନାରା ଦେଇ ଜନସଚେତନତା ସୃଷ୍ଟି କରିଥିଲେ।
ସେହିପରି ପୂର୍ବାହ୍ନ ୧୦ ଘଟିକା ସମୟରେ ଭାରତର ଲୌହ ମାନବ , ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୪୮ତମ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ପାଳନ ଅବସରରେ ଏକ ଜୟନ୍ତୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷା ଡ଼.ରୀନା ସାହୁ , ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର , ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ ପଟେଲଙ୍କ ଜୀବନୀ , ସ୍ଵାଧୀନତା ସଂଗ୍ରାମ ତଥା ଗଡଜାତ ମିଶ୍ରଣରେ ପଟେଲଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସଭା ଶେଷରେ ଅଧ୍ୟାପିକା ମଧୁସ୍ତିତା ପ୍ରଧାନ ଉପସ୍ଥିତ କର୍ମଚାରୀ , ଛାତ୍ରୀବୃନ୍ଦ ଓ ଗଣ ମାଧ୍ୟମକୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସି.ଏଚ୍.ନିର୍ମଳା , ଏଲ୍.ଦୁର୍ଯ୍ୟୋଧନ , ରଞ୍ଜିତା କୁମାରୀ ପଟ୍ଟନାୟକ , ଅଶୋକ , କେ. ଦୁର୍ଯ୍ୟୋଧନ , ଲାଲି ଖଡ୍ଗରାୟ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.