ଭୁବନେଶ୍ୱର, ୩୧ ।୧୦: ଖୁବ୍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍ନିକ ଢାଞ୍ଚାର ରୂପ ନେବ କିଟ ପଲିଟେକ୍ନିକ। ଏଥିପାଇଁ କିଟ୍ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ୪୦ଜଣିଆ ପ୍ରତିନିଧି ଦଳ ଆଜି ସିଙ୍ଗାପୁରକୁ ସପ୍ତାହ ବ୍ୟାପୀ ‘ଏକ୍ସପୋଜର ଭିଜିଟ୍’ରେ ଯାଇଛନ୍ତି। ଏହି ପ୍ରତିନିଧି ଦଳ ସିଙ୍ଗାପୁର ନନ୍ୟାଙ୍ଗ ପଲିଟେକ୍ନିକ ପରିଦଶର୍ନ କରିବ। ସହ ସେଠାରେ ଅତ୍ୟାଧୁନକି ଜ୍ଞାନ କୌଶଳ ଆହରଣ କରିବେ। କିଟ୍ ପଲିଟେକ୍ନିକକୁ ନନ୍ୟାଙ୍ଗ ପଲିଟେକ୍ନିକ ଭଳି ବିଶ୍ୱସ୍ତରୀୟ କରାଯିବା ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରୟାସ କରିଆସୁଛନ୍ତି। ସେଠାରେ ଭିତ୍ତିଭୂମି, ଶିକ୍ଷାଦାନ ପଦ୍ଧତି, ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ନେଇ ଏହି ପ୍ରତିନିଧି ଦଳ ନନ୍ୟାଙ୍ଗ ପଲିଟେକ୍ନିକ ପରିଦର୍ଶନ କରିବା ସହ ସେଠାକାର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆଜି ଶ୍ରୀ ସାମନ୍ତ ପ୍ରତନିଧି ଦଳକୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳ ଯାତ୍ରା କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିନିଧି ଦଳକୁ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ, କିଟ୍ ପଲିଟେକ୍ନିକ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଚଳିତବର୍ଷ କା୍ୱଲିଟି କାଉନସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସନାଲ୍ ଆକ୍ରିଡ଼ିଟେସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (ନାବେଟ୍) କ୍ୟୁସିଆଇ ର୍ୟାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକନିକ୍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି ।
Sign in
Sign in
Recover your password.
A password will be e-mailed to you.