ଗାୟତ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

0 2

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରିୟ ଏକତା ଦିବସ ପାଳନ କରାଯାଇଥିଲା । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି କୁ ସାରା ଦେଶରେ ରାଷ୍ଟ୍ରିୟ ଏକତା ଦିବସ ରୁପେ ପାଳନ କରାଯାଏ ।
ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ କିପରି ଅଖଣ୍ଡ ଭାରତ ଗଠନ କରିବାରେ ମୁଖ୍ଯ ଭୁମିକା ଗ୍ରହଣ କରିଥିଲେ ଓ ତାଙ୍କ ପ୍ରଚେଷ୍ଟାରେ କିପରି ଏହା ସମ୍ଭବ ହୋଇଥିଲା ଏହା ପ୍ରଶାସନିକ ଅଧିକାରୀ ନିଜ ଅଭିଭାଷଣରେ କହିଥିଲେ । ଅନୁଷ୍ଠାନର ପ୍ରଫେସର ଜଗଦିଶ ଖୁଣ୍ଟିଆ ଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ମିଶି କିପରି ଭାରତର ଅଖଣ୍ଡତା ଓ ଏକତା ଅକ୍ଷୁର୍ଣ୍ଣ ହୋଇରହିବ ଏହାକୁ ନେଇ ଏକ ଶପଥପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିବାରୁ ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

 

Leave A Reply

Your email address will not be published.