ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜାତୀୟ ସେବା ଶିବିର ଓ ଦୁର୍ନୀତି ନିବାରଣ ସପ୍ତାହ ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ଶିକ୍ଷା ବିଭାଗ ମୁଖ୍ୟ ଡଃ ତୁଷାରକାନ୍ତ ସାହୁ, ଅର୍ଥନୀତି ବିଭାଗ ମୁଖ୍ୟ ଡଃ ବିରଞ୍ଚି ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଡଃ ସରୋଜ କୁମାର ନାଏକ, ଜୀବ ବିଜ୍ଞାନ ଅଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଉଦବୋଧନ କରିଥିଲେ l ସରୋଜ କୁମାର ନାଏକ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ l ଜାତୀୟ ସେବା ଶିବିର ର ପ୍ରୋଗ୍ରାମ୍ ଅଫିସର ସଞ୍ଜୟ ଟିଣା ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ l ଛାତ୍ର କରନ, ଆଲୋକ, ଆଦିତ୍ୟ, ବୃନ୍ଦାବନ, ଛାତ୍ରୀ ମନୀଷା, ପୂଜା, ସସ୍ମିତା, ରିନା ଦୀପା ସହଯୋଗ କରିଥିଲେ l ଶେଷରେ ସହ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବୁନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.