ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶପଥ ପାଠ

0

ଭଞ୍ଜନଗରରେ/ଉଦୟନାଥ ପଣ୍ଡା: ଭଞ୍ଜନଗର ରେ ଆଜି ଅକ୍ଟୋବର ୩୦ ତାରିଖ ୨୦୨୩ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ବ୍ଲକ ଓସଓ୍ବାନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ୫ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ| ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ( ଓସ୍ୱାନ) ଯୋଗେ ରାଜ୍ୟର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ଶପଥ ପାଠ କରାଇଥିଲେ। ଏହି ଅବସରରେ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା,ଉତ୍କୋଚ ନନେବା, ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ବଚ୍ଛତା ର ସହ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଶପଥ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶଶିଭୁଷଣ ମହାପାତ୍ର, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରାୟ,ସିଡିପିଓ ଶ୍ରୀମତି ବିଷ୍ଣୁପ୍ରିୟା ସେଠୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନୁଜ୍ ନାୟକ,ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଗୌରୀଶଙ୍କର ଶତପଥୀ ଙ୍କ ସମେତ ଭଂଜନଗର ବ୍ଲକ ର କର୍ମଚାରୀ ଗଣ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.