ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୯/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା (ବିଜାପୁର) ର ଜଣେ ବ୍ୟେକ୍ତି ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନା ରେ ଏତଲା ହୋଇଛି। ନିଖୋଜ ବ୍ୟେକ୍ତି ଜଣକ ଡାବୁଗାଁ ଥାନା ଚାଟିଗୁଡା (ବିଜାପୁର) ର ପଦଲାମ ହରିଜନ (୩୮) ବୋଲି ଜଣା ପଡିଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଚାଟିଗୁଡା( ବିଜାପୁର) ଗ୍ରାମର ପଦଲାମ ହରିଜନ (୩୮) ଗତ ୨୫ ଅକ୍ଟୋବର ବୁଧବାର ଦିନ ନିକଟ ବିଜରା ଗୁଡା ଗ୍ରାମ କୁ ଯିବି କହି ସ୍ତ୍ରୀ ଅମ୍ବିକା ହରିଜନ କୁ କହି ଘରୁ ବାହାରିଥିଲେ। ତେବେ ଏହାପରେ ବାରମ୍ବାର ଫୋନ ରେ ଯୋଗାଯୋଗ କରିବା ପରେ ମଧ୍ୟ ପଦଲାମ ର କୌଣସି ଖବର ମିଳି ନ ଥିଲା। ଆଖ ପାଖ ଗ୍ରାମ ଓ ସମ୍ପର୍କୀୟ ଙ୍କୁ ଇତି ମଧ୍ୟରେ ପରିବାର ଲୋକେ ଯୋଗାଯୋଗ କରି ଥିଲେ ସୁଦ୍ଧା କୌଣସି ଖବର ନ ପାଇବାରୁ ଆଜି ନିଖୋଜ ପଦଲାମ ର ସ୍ତ୍ରୀ ଅମ୍ବିକା ଡାବୁଗାଁ ଥାନାରେ ଏତଲା। ଦେଇଥିଲେ। ଘରୁ ବାହାରିବା ସମୟରେ ପଦଲାମ ହରିଜନ କଳା ରଙ୍ଗର ପ୍ୟାଣ୍ଟ୍ ଓ ନୀଳ ରଙ୍ଗର ସ୍ପେଟେର ପରିଧାନ କରିଥିଲା ବୋଲି ଏତଲା ରେ ଦର୍ଶା ଯାଇଛି। ଏ ନେଇ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି
Sign in
Sign in
Recover your password.
A password will be e-mailed to you.