ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୨୩ ପାଳିତ ହୋଇଛି । ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ପୌରହିତ୍ୟରେ ପ୍ରଥମେ ଉପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ , ସରକାରୀ କର୍ମଚାରୀ ,ଜନପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତା ମାନେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସେମାନଙ୍କର ଯଥାସାଧ୍ୟ କ୍ଷମତା ମୁତାବକ ପ୍ରଭାବିତ ଲୋକଙ୍କୁ ଏବଂ ସରକାରୀ କଳକୁ ସାହାଯ୍ୟ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି । ୧୯୯୯ ମହାବାତ୍ୟା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣମାନେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଗ୍ରାମପଂଚାୟତ  ଅଧିକାରୀ ବିଷ୍ଣୁ ଚରଣ ବେହେରା, ବ୍ଲକ ସ୍ୱରୂପା ମହିଳା ମହାସଂଘର ସଭାନେତ୍ରୀ କନକଲତା ଭୂୟାଁ, ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକ୍ରମର ବ୍ଲକ ସଂଯୋଜକ କନିଷ୍ଠ  ଯନ୍ତ୍ରୀ ବିଜୟ କୁମାର ସେଠୀ, ସିଆରସିସି ନରେନ୍ଦ୍ରନାଥ ସାହୁ, ନିଶ୍ଚିନ୍ତକୋଇଲି ଭାରପ୍ର୍ରାପ୍ତ ଅଗ୍ନିଶମ ସେବା ଅଧିକାରୀ ପ୍ରସନ୍ନ କୁମାର ପରିଜା, ଫାୟାରମ୍ୟାନ୍ ସମୀର କୁମାର ବେହେରା, ରାହାସବିହାରୀ ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ମାନେ କିଭଳି ସୁରକ୍ଷିତ ରହିପାରିବେ ଏବଂ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରାଯିବା ଓ ପ୍ରଭାବିତ ମାନଙ୍କୁ ଉଦ୍ଧାର କରାଯିବା ର କୌଶଳ ସଂକ୍ରାନ୍ତରେ ସଚେତନ କରାଯାଇଥିଲା । ଏହାଛଡ଼ା ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ନକରି ସେମାନଙ୍କୁ କିଭଳି ସୁରକ୍ଷିତ ସ୍ଥାନରେ ରଖି ସୂଚାରୁ ରୂପେ ଖାଦ୍ୟପାନ୍ୟ ଯୋଗାଇ ଦିଆଯିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସମାଜସେବୀ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ଆହ୍ୱାନ ଦେଇଥିଲେ । ପଂଚାୟତ କାର୍ଯ୍ୟନିର୍ବାହୀ ସଂଘର ସଭାପତି ସୁରେଶ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.