(ମାହାଙ୍ଗା-ଶାସକପ୍ରଶାସକ): କଟକ ଜିଲ୍ଲା ଅଧିନସ୍ଥ ମାହାଙ୍ଗା ବ୍ଲକ ଓଳାଶୁଣୀ ଗୁମ୍ପା ପରିସରରେ ଫୋକସ ପ୍ଲସ ଏବଂ ଆଞ୍ଚଳିକ ଖବର ସମ୍ବାଦପତ୍ର ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୋକସ ଏବଂ ଖବର ର ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଯୋଗଦାନ କରି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ ଅତିଥି ଏବଂ ସାମ୍ବାଦିକ ଭାଇମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହିତ ଆଜିର ସମାଜରେ ନିଖୁଣ ସତ୍ୟ ଘଟଣା କୁ ପର୍ଦ୍ଦାଫାସ କରିବାରେ ସମସ୍ତ ସାମ୍ୱାଦିକ ଏବଂ ଓଡିଶାବାସୀ ଙ୍କ ସହଯୋଗରେ ଫୋକସ ପ୍ଲସ ଚାନେଲ ଏବଂ ଆଞ୍ଚଳିକ ଖବର ସମ୍ବାଦପତ୍ର ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି ବୋଲି ପ୍ରକାଶ କରିଥିଲେ l ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ମାହାଙ୍ଗା ବ୍ଲକ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି ଯୋଗଦାନ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯେଉଁ ବିକାଶମୂଳକ କାର୍ଯ୍ୟକ୍ରମ କରିଛନ୍ତି ଏବଂ ବିଭିନ୍ନ ପ୍ରକାର ଗୁରୁତ୍ୱପୃର୍ଣ୍ଣ ସମ୍ବାଦକୁ ଲୋକଲୋଚନକୁ ଆଣିବାରେ ଫୋକସ ପ୍ଲସ ଏବଂ ଖବର ପେପର ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି ବୋଲି କହିବା ସହିତ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲା l ଅନ୍ୟତମ ଅତିଥି ଭାବେ ଫୋକସ ଏବଂ ଖବର ର ନିୟୁଜ ହେଡ଼ ଦେବାଶିଷ ମହାରଣା, ବିଜ୍ଞାପନ ବିଭାଗ ମୁଖ୍ୟ ପରିଚାଳକ ଅଟଳ ବିହାରୀ ପଣ୍ଡା, ପଣସପୁର ସରପଞ୍ଚ ଚିନ୍ମୟ ସାମନ୍ତରାୟ, ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ରଞ୍ଜନ ମହାନ୍ତି, ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ଖବର ର ଡମ୍ବରୁଧର ପ୍ରଧାନ, କଟକ ଜିଲ୍ଲା ଖବର ର ଜିଲ୍ଲା ପ୍ରତିନିଧି ଅମୀୟ କୁମାର ନାୟକ, କଟକ ଜିଲ୍ଲା ଫୋକସ ପ୍ଲସ ପ୍ରତିନିଧି ହେମନ୍ତ କୁମାର ଦାସ ଙ୍କ ସମେତ କଟକ, ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର ଜିଲ୍ଲାର ଜିଲ୍ଲା ପ୍ରତିନିଧି, ସମସ୍ତ ବ୍ଲକର ସାମ୍ବାଦିକ ଯୋଗଦାନ କରି ବନ୍ଧୁମିଳନ ଅବସରରେ ନିଜ ମଧ୍ୟରେ ଥିବା ଭାବକୁ ଆଦାନ ପ୍ରଦାନ କରିବା ସହିତ ଫୋକସ ପ୍ଲସ ଚାନେଲ ଏବଂ ଖବର ପେପର ର ଉନ୍ନତି ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ l
Sign in
Sign in
Recover your password.
A password will be e-mailed to you.