ସଞ୍ଜୟ ଗାନ୍ଧୀ ବସ୍ତି ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ ମାସର ପ୍ରଥମ ଦିବସ ରବିବାର ଅପରାହ୍ନରେ ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପାରଳାଖେମୁଣ୍ଡି ସ୍ଥିତ ସଞ୍ଜୟ ଗାନ୍ଧୀ ବସ୍ତିର ଶିଶୁମାନଙ୍କୁ ଏକତ୍ରିତ କରି ନିକଟସ୍ଥ ଗାୟତ୍ରୀ ପ୍ରଜ୍ଞା ପୀଠ ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହ ପରିଚାଳନା କରିଥିଲେ।
ଏଥିରେ ପ୍ରଜ୍ଞା ପୀଠର ସେବିକା ମମି ଗନ୍ତାୟତ ଶିଶୁମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ସହ ପ୍ରତି ରବିବାର ଅପରାହ୍ନରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଥିଲେ। ଶରତ ପୂର୍ଣ୍ଣିମା ଶନିବାର ଦିନ ବାଳମୁକୁନ୍ଦ କେନ୍ଦ୍ର, ଶ୍ରୀ ରସିକରାଜ ମନ୍ଦିର (ପରିଚ୍ଛା ମଠ) ଠାରେ ଜଗତଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜୟନ୍ତୀ ଯଥା ରୀତିରେ ପାଳନ କରାଯାଇଛି ଏବଂ ତାଙ୍କରି ଆଶୀର୍ବାଦ ପୂର୍ବକ ଶିଶୁମାନଙ୍କ କଲ୍ୟାଣ ନିମନ୍ତେ ସଂଯୋଜକ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.