ପ୍ରଧାନମନ୍ତ୍ରୀଙ୍କ ସଚେତନ ଏବଂ ପ୍ରେରଣାଦାୟୀ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରୁଛି- ଧର୍ମେନ୍ଦ୍ର ପ୍ରଧାନ

0
  • • ପାର୍ବଣ ଋତୁରେ ଆମେ ସମସ୍ତେ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା

  • • ସାଧାରଣ ନାଗରିକଙ୍କ ଅସାଧାରଣ କାହାଣୀ ଉପରେ ଚର୍ଚ୍ଚା ଦେଶବାସୀଙ୍କୁ ଅନୁପ୍ରାଣିତ କରିଛି

  • • mybharat.gov.in ରେ ପଞ୍ଜିକରଣ କରିବା ପାଇଁ ଯୁବବର୍ଗଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ଅକ୍ଟୋବର ୨୯ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୬ତମ ଅଧ୍ୟାୟକୁ ଶୁଣିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆଜି ଖଦି ବସ୍ତ୍ରର ଲୋକପ୍ରିୟତା, ପାର୍ବଣ ଋତୁରେ ଭୋକାଲ ଫର୍ ଲୋକାଲକୁ ପ୍ରାଥମିକତା, ଆତ୍ମନିର୍ଭର ଭାରତ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ ସ୍ଥାପିତ ହେବାକୁ ଥିବା ଅମୃତ ବାଟିକା ତଥା ଅନେକ ସଚେତନ ଏବଂ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି । ଏହା ଲୋକଙ୍କୁ ସକରାତ୍ମକ ଭାବେ ପ୍ରଭାବିତ କରୁଛି । ଏସୀୟ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା, ଜନଜାତି ସଂଗ୍ରାମୀଙ୍କ ସମୃଦ୍ଧ ଇତିହାସ, ମହିଳା ସଶକ୍ତିକରଣ, ଓ୍ୱେଷ୍ଟ ଟୁ ହେଲଥ୍ ଏବଂ ସର୍ବୋପରି ସାଧାରଣ ନାଗରିକଙ୍କ ଅସାଧାରଣ କାହାଣୀ ଉପରେ ଚର୍ଚ୍ଚା ଦେଶବାସୀଙ୍କୁ ଅନୁପ୍ରାଣିତ କରିଛି ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ପାର୍ବଣ ଋତୁରେ ଆମେ ସମସ୍ତେ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସମେତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମାଇଭାରତ ସଂଗଠନ ଭାରତର ଯୁବକ ମାନଙ୍କ ରାଷ୍ଟ୍ର ନିର୍ମାଣରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ସକ୍ରିୟ ଭୂମିକା ତୁଲାଇବାର ବଡ ସୁଯୋଗ ଦେଇଛି । ଏହା ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ଅନନ୍ୟ ପ୍ରୟାସ । ଦେଶର ଯୁବବର୍ଗ mybharat.gov.in ରେ ପଞ୍ଜିକରଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡି ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରୁଛନ୍ତି ।

Leave A Reply

Your email address will not be published.