ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି (ଶନିବାର ଦିନ) ୱାକଥନ୍ ଓ ପଥ ଉତ୍ସବ ଜିଲା ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି ।
ଏହି ୱାକଥନ୍ ଓ ପଥ ଉତ୍ସବକୁ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ। ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପ୍ରାଯ୍ୟନ୍ତ ଏକ ରାଲି ବାହାରିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ୱାକଥନ୍ ଓ ପଥ ଉତ୍ସବରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ସ୍ଥାନୀୟ ବିଏଲଓ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ୱା ଅନଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ବୋଲି କହିଥିଲେ। ଏହା ସହିତ ସଚେତନତା ମାଧ୍ୟମରେ ନାଗରିକଙ୍କ ନିକଟରେ ଭୋଟର ତାଲିକା ସଂଶୋଧନ , ନୂତନ ପଞ୍ଜିକରଣ , ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା , ଏକାଧିକ ଥର ନାମ ପଞ୍ଜିକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟତ୍ର ବାଦ୍ ଦେବା ଆଦି କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବାର୍ତା ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା , ସହାୟକ ଜିଲ୍ଲାପାଳ (ନିର୍ବାଚନ ଶାଖା) ଶ୍ରୀ ଶିବାଂଶୁ ଶେଖର ଜେନା ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.