ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ

0

ସୁନ୍ଦରଗଡ଼, ୨୮/୧୦(ବସନ୍ତ କୁମାର ଜେନା): ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ ଆୟୋଜିତ ହୋଇଅଛି।
ଏହି ଅବସରରେ ସ୍ଥାନୀୟ ଆରଆରଆଇଟି କଲୋନୀ ଶିବ ମନ୍ଦିର ଠାରୁ ସରକାରୀ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ତଥା ଅଧିକାରୀ ମାନଙ୍କ ଦ୍ଵାରା ଭୋଟର ସଚେତନତା ନିମନ୍ତେ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା । ପରେ ପରେ ଡିଆରଡିଏ ଛକ ଠାରୁ ସଦର ତହସିଲ ଅଫିସ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ ଭୋଟ ଦାନ ପ୍ରକିୟା ହେଉଛି ଏକ ମହାନ ଗଣତାନ୍ତ୍ରିକ ପର୍ବ ଏବଂ ଏହି ଗଣତାନ୍ତ୍ରିକ ପର୍ବ ରେ ସମସ୍ତ ଙ୍କ ଯୋଗଦାନ ଆମ ଗଣତନ୍ତ୍ର କୁ ସୁଦୃଢ କରିଥାଏ ଏଣୁ ପ୍ରତ୍ୟେକ ସଚେତନ ନାଗରିକ ଏହି ପ୍ରକିୟା ରେ ନିଜର ସକ୍ରିୟ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ ଏହି ଅବସରରେ କହିଥିଲେ ଯେ, ଭୋଟ ଦାନ ପ୍ରତ୍ୟେକ ନାଗରିକ ମାନଙ୍କର ମୌଳିକ ଅଧିକାର ଏବଂ ମତ ଦାନ ପ୍ରକିୟା ରେ ସାମିଲ ହୋଇ ପ୍ରତ୍ୟେକ ନାଗରିକ ନିଜର ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ଏବଂ ଏଥି ନିମନ୍ତେ ପ୍ରତ୍ୟେକ ସ୍ତର ରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଗୁରୁ ଦାୟିତ୍ବ ଆମ ସମସ୍ତଙ୍କର, ଯେପରି କୌଣସି ଯୋଗ୍ୟ ଭୋଟର ଏହି ପ୍ରକିୟା ରୁ ବାଦ୍ ନ ପଡ଼ନ୍ତି ତାହା ପ୍ରତି ସମସ୍ତେ ନିଜ ନିଜ ସ୍ତର ରେ ଯତ୍ନବାନ ହେବା ଆବଶ୍ୟକ। ସେହିପରି ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଏବଂ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ଭୋଟର ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ ଗତ କାଲି ପ୍ରକାଶିତ ହୋଇଥିବା ଡ୍ରାଫ୍ଟ ଏଲୋକ୍ଟ୍ରଲ ରୋଲ ରେ ନିଜର ନାମ ଅଛି କି ନାହିଁ ତାହା ସୁନିଶ୍ଚିତ କରି ନେବା ଦରକାର ଏବଂ ଯଦି ନିଜର ନାମ ନଥିଲେ ଏଥି ନିମନ୍ତେ ଉଦ୍ଦିଷ୍ଟ ଫର୍ମ ପୂରଣ କରି ଚଳିତ ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ନିଜର ନାମ ସଂଯୋଗିକରଣ କରେଇ ପାରିବେ ନେଇ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ବୁଲି ଦେଖିବା ସହିତ ସମସ୍ତ ଷ୍ଟଲ୍ ବୁଲି ଦେଖିଥିଲେ। ଏହି ପଥ ଉତ୍ସବ ଆୟୋଜନ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଝୋଟି, ରଙ୍ଗୋଲି, ପେଣ୍ଟିଂ,ସ୍ଲୋଗାନ ରାଇଟିଂ, ଡ୍ରାମା, ଭୋଟ ଦାନ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା, ସେଲଫି, ଭୋଟର ସଚେତନତା ରିଲ୍ସ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଜନସଚେତନତା ନିମନ୍ତେ ବାଲୁକା ଶିଳ୍ପୀ ମାନଙ୍କ ଦ୍ଵାରା ବାଲୁକା କଳା କରାଯାଇଥିଲା। ସେହିପରି ଆସେମ୍ୱଲି ଅଫ ଗଡ ସ୍କୁଲ ଦ୍ଵାରା ଭୋଟ ଗ୍ରହଣ ପ୍ରକିୟା ଦର୍ଶାଇବା ନିମନ୍ତେ ମଡେଲ ବୁଥ କରାଯାଇଥିଲା ଏହା ସହିତ ଭୋଟର ସଚେତନତା ନିମନ୍ତେ ବିଭିନ୍ନ ଷ୍ଟଲ ମାନ କରାଯାଇ ଜନ ସାଧାରଣ ଙ୍କୁ ଭୋଟ ଦାନ ପ୍ରକିୟା ସମ୍ପର୍କରେ ସଚତନତା ସୃଷ୍ଟି କରିଥିଲେ। ଏହା ସହିତ ସରକାରୀ ମହାବିଦ୍ୟାଳୟ ଦ୍ଵାରା ପିରାମିଡ୍ ଆଦି କରାଯାଇଥିଲା ଏବଂ ବରିଷ୍ଠ କଳାକାର ମନୋଜ ସାହୁ ଙ୍କ ଦ୍ଵାରା ମ୍ୟାଜିକ ଶୋ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସଦର ତହସିଲଦାର ଶ୍ରୀ କୁଳମଣି ରନବିଡା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପଧlନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସରକାରୀ ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଳିତ ରଞ୍ଜନ ସାହୁ ଓ ଶ୍ରୀମତୀ କୁମୁଦିନୀ ରାଉତରାୟ, କଳାୟତନ ଅଧ୍ୟକ୍ଷ ଶ୍ରୀ ଶୀତଳ ମହାପାତ୍ର, ସମସ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟ ର ଅଧିକାରୀ ତଥା ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କବିତା ସାହୁ ଏବଂ କେଦାର ମିଞ୍ଜ ପରିଚାଳନା କରିଥିଲେ।
[8:53 pm, 28/10/2023] Rkl Basanta Kumar Jena: End ———-

Leave A Reply

Your email address will not be published.