ଚେନ୍ନାଇ ପୋର୍ଟ ତରଫରୁ ଓଡିଶା ଷ୍ଟିଭେଡ଼ର୍ସ ଲିମିଟେଡ଼କୁ ବେଷ୍ଟ୍ ପରଫର୍ମାନସ୍ ଆୱାର୍ଡ

0

ପାରାଦ୍ୱୀପ (ଉପେନ୍ଦ୍ର ଗୁରୁ) ଚେନ୍ନାଇ ପୋର୍ଟ ଟ୍ରଷ୍ଟ ତରଫରୁ ପଣ୍ୟ ପରିବହନ କ୍ଷେତ୍ରରେ ଅଭୁତପୂର୍ବ ସଫଳତା ହାସଲ କରିଥିବା ଓଡିଆ ପୁଅର ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ କୁ ବେଷ୍ଟ ପରଫର୍ମାନସ୍ ଆୱାର୍ଡ ୨୦୧୮ ମିଳିଛି । ପାରାଦ୍ୱୀପ ସମେତ ଦେଶର ବିଭିନ୍ନ ବନ୍ଦରରେ ପଣ୍ୟ ଷ୍ଟିଭେଡୋରିଂ କାର୍ଯ୍ୟ କରିଆସୁଥିବା ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ଼କୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଅକ୍ଟୋବର ୧୨ ତାରିଖରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଚେନ୍ନାଇ ପୋର୍ଟଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପି.ରବି ଚନ୍ଦ୍ରନଙ୍କ ଠାରୁ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ ଚେନ୍ନାଇ ଶାଖାର ମୁଖ୍ୟ ସତ୍ୟଜିତ୍ ସେନାପତି ଏହି ପୁରଷ୍କାର ଗ୍ରହଣ କରିଥିବାର ଜଣାପଡିଛି । ଏଠାରେ ସୁଚନା ଥାଉକି ପାରାଦ୍ୱୀପ ବନ୍ଦର ସମେତ ଗୋପାଳପୁର, ବିଶାଖାପାଟନମ, ଚେନାଇ, ମୁମ୍ଭାଇ, କୋଲକତା, କାକିନଡା, ଟୁଟିକୋରିନ୍ ଆଦି ଦେଶର ବିଭିନ୍ନ ବନ୍ଦରରେ ଷ୍ଟିଭେଡୋରିଂ ବ୍ୟବସାୟ ଜାରିରଖିଥିବା ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ ଅତିତରେ ବିଭିନ୍ନ ବନ୍ଦର କତ୍ତୃପକ୍ଷଙ୍କ ଠାରୁ ଏକାଧିକ ଥର ପୁରସ୍କୃତ ହୋଇଥିବାର ନଜିର ରହିଛି । ଏହି ଆୱାର୍ଡକୁ ନେଇ ପାରଦୀପ ଶାଖା କାର୍ଯ୍ୟାଳୟରେ ଆନ୍ଦରର ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.