ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ଡାବୁଗାଁ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଡାବୁଗାଁ ଚଳଚଞ୍ଚଳ ହୋଇଛି। ଆଜି ଅଷ୍ଟମୀ ତିଥିରେ ଡାବୁଗାଁ ଦୁର୍ଗାପୂଜା ମଣ୍ଡପ ରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ତେବେ ଚଳିତ ବର୍ଷ ଦୁର୍ଗା ପୂଜା ଅଧିକ ଆକର୍ଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ,ମେଲୋଡି ଓ ରାବଣ ପୋଡି ପରି କାର୍ଯ୍ୟକ୍ରମ କରାଯିବାକୁ ଦୁର୍ଗାପୂଜା କମିଟି ଲକ୍ଷ ରଖିଛି। ଡାବୁଗାଁ ଜୟନ୍ତିନଗର ଛକ ଠାରୁ ତାରିଣୀ ମନ୍ଦିର ମୁଖ୍ୟ ଚାରି ଛକ ପର୍ଯ୍ୟନ୍ତ ସୁନ୍ଦର ଆଲୋକ ମାଳା ରେ ସଜ୍ଜିତ କରାଯାଇଥିବା ବେଳେ ଦୁର୍ଗାପୂଜା ମଣ୍ଡପ ନିକଟରେ ସୁ ଉଚ୍ଚ ମେଢ ଓ ତୋରଣ କରାଯାଇଛି। ଗ୍ରାମ ର ମହିଳା ମାନଙ୍କ ଦ୍ଵାରା ଗତ ଶୁକ୍ରବାର ଦିନ ୧୦୮ କଳସ ଯାତ୍ରା ସହ ମଣ୍ଡପ ନିକଟରେ କଳସ ସ୍ଥାପନ କରାଯାଇଥିଲା। ଡାବୁଗାଁ କୃଷିଫାର୍ମ ପରିସରରେ ଥିବା ଠାକୁରାଣୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ପୋଖରୀରୁ କଳସ ରେ ପାଣି ଅଣାଯାଇ ବାଜା ମର୍ଦଳ ସହ ନଗର ପରିକ୍ରମା କରାଯାଇ ଦୁର୍ଗା ପୂଜା ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ। ଆସନ୍ତା କାଲି ନବମୀ ପୂଜା, ମଙ୍ଗଳବାର ଦଶମୀ ପୂଜା ସହ ପୂର୍ଣ୍ଣାହୁତି ପରେ ରାତ୍ରରେ ରାବଣପୋଡ଼ି କାର୍ଯ୍ୟକ୍ରମ, ବୁଧବାର ମେଲୋଡି, ଗୁରୁବାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶୁକ୍ରବାର ଦିନ ମା ଙ୍କ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ । ଦୁର୍ଗାପୂଜା ସୁରୁଖୁରୁରେ ପରିଚାଳନା ପାଇଁ ତାରିଣୀ ଛକ ଓ ଦୁର୍ଗାପୂଜା ମଣ୍ଡପ ରେ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଥିବା ବେଳେ କମିଟି ସଭାପତି ଜି ଗୋପାଳ କ୍ରିଷ୍ଣା ରାଓ (ଗୋପି) ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର , କୋଷାଧ୍ୟକ୍ଷ ସତ୍ୟ ନାରାୟଣ ସୁବୁଦ୍ଧି ସହ କୈଳାଶ ବିଶୋଇ, ଦିବାନ୍ ସିଂ, ଭଗବାନ ମହାନ୍ତି, ଦିବ୍ୟରଞ୍ଜନ ପାତ୍ର, ଗୁପ୍ତ ବିଶୋଇ, ପ୍ରକାଶ ପଣ୍ଡା, ବାବି ଜେନା, ଜି ଜଗନ୍ନାଥ ରାଓ,ବିକାଶ ନିଶଙ୍କ, ସୁରେଶ ବେହେରା, ବାପି ବିଶ୍ଵାଳ, ଟୁକୁ ବିଶୋଇ ତଥା ଅନ୍ୟମାନେ ଏଥିରେ ସହଯୋଗ କରୁଛନ୍ତି।

Leave A Reply

Your email address will not be published.