ବିଜେଡ଼ି ପୂର୍ବତନ ପଂଚାୟତ ସଭାପତି ଆଦିକନ୍ଦ ନାୟକଙ୍କ ସ୍ମୃତିଚାରଣ ସଭା

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଅସୁରେଶ୍ୱର ପଂଚାୟତ ଅଣସରପୁର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟବସାୟୀ ତଥା ବିଜେଡ଼ିର ପୂର୍ବତନ ପଂଚାୟତ ସଭାପତି ଆଦିକନ୍ଦ ନାୟକଙ୍କ ଦ୍ୱାଦଶ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଅସୁରେଶ୍ୱର ବଜାର ବ୍ୟବସାୟୀ ସଂଘର ସଭାପତି ରଘୁନାଥ ନାୟକଙ୍କ ପୌରହିତ୍ୟରେ ଏଥିରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବିଜେଡ଼ି ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଜିଲ୍ଲା ପରିଷଦ ପ୍ରତିନିଧି ନିତ୍ୟାନନ୍ଦ ସେଠୀ, ସମବାୟବିତ୍ ସୁଦାମ ଚରଣ ବଳ, ସମାଜସେବୀ ବ୍ରଜମୋହନ ପଣ୍ଡା, ସରପଂଚଙ୍କ ପ୍ରତିନିଧି ଅନନ୍ତଚରଣ ଦାସ, ପୂର୍ବତନ ସରପଂଚ ମହେଶ୍ୱର ବାରିକ, ବିଜୟ କୁମାର ବଳ, ପୂର୍ବତନ ଜିଲ୍ଲାପରିଷଦ ପ୍ରକାଶ ସାହୁ , ମନୋଜ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ର ସମାଜସେବା କ୍ଷେତ୍ରରେ ରହିଥିବା ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଭଜନ ପରିବେଷଣ କରାଯାଇଥିଲା । ଶେଷରେ ପୁତ୍ର ଅରବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.