ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୮.୧୦.୨୦୨୩ ତାରିଖ ଦିନ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀ ଏବଂ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଶ୍ରୀ ଅଶୋକ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ବାଘର ପାଦଚିହ୍ନ ଠାବ କରିଥିଲେ। ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟର ପେରିସ୍ ମାଧ୍ୟମରେ ଟ୍ରାସିଙ୍ଗ କରାଯାଇଥିଲା। ସେହିଦିନ ବାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା। ଆଜି (ଶୁକ୍ରବାର ଦିନ) ସକାଳୁ ଗୋଟିଏ କ୍ୟାମେରାରେ ଏକ ମହାବଳ ବାଘର ଅବସ୍ଥିତି ଜଣାପଡିଛି।
ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ଦିଆଯାଇଛି।ଗାଈ , ଗୋରୁ , ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.