ନଭେମ୍ବର ୧ରେ ଧୁମ୍ ଧାମ୍ ରେ ପାଳନ ହେବ ବଲାଙ୍ଗୀର ଦିନ

0

 ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି , ସବୁ ବର୍ଗର ଲୋକଙ୍କୁ ଉତ୍ସବରେ ସାମିଲ କରିବା ପାଇଁ ନିଷ୍ପତ୍ତି

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର):  ଆଜି ପି ପି ଏକାଡେ଼ମୀ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଦିନ ଆୟୋଜକ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆୟୋଜକ କମିଟି ର ଅଧ୍ୟକ୍ଷ ଶ୍ରୀ ଗୋପାଲଜି ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ନଭେମ୍ବର ୧ ତାରିଖ ରେ ଆୟୋଜିତ ହେଉଥିବା ବଲାଙ୍ଗିର ଦିନ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତ୍ରୁତ ବିବରଣୀ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବଲାଙ୍ଗିର ବାସୀ ଙ୍କ ଅସ୍ମିତା ର ପ୍ରତୀକ ଏବଂ ବଲାଙ୍ଗିର ର ସାଂସ୍କୃତିକ ବୈଭବ କୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆୟୋଜକ କମିଟି ପ୍ରୟାସ ବୋଲି ଶ୍ରୀ ପାଣିଗ୍ରାହୀ ଦୃଢୋକ୍ତି ପ୍ରକାଶ କରିଥିଲେ।
ନଭେମ୍ବର ୧ ବଲାଙ୍ଗିର ଦିନ ପାଳନ ପୂର୍ବରୁ,୨୬ ଅକ୍ଟୋବର ରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେଇଯିବ।ସଚେତନ ନାଗରିକ ଙ୍କୁ ନେଇ ଏକ ଆଲୋଚନା ଚକ୍ର, ୨୭ ରେ ସଂପୂର୍ଣ୍ଣ ଅନୁଷ୍ଠାନ ପକ୍ଷରୁ ଶଙ୍ଖ ଫୁକା, ମେହେନ୍ଦି,ଓ ଆର୍ଟ ଏବଂ କାର୍ଫ୍ଟ । ୨୮ରେ ସ୍ମାଇଲ ଫର ଅଳ ପକ୍ଷରୁ ହୁଲାହୁଲି ଓ ରଙ୍ଗୋଲି ପ୍ରତିଯୋଗିତା।୨୯ ରେ ସମଲେଇ ମନ୍ଦିର ଆଳତୀ କମିଟି ପକ୍ଷରୁ ଡ୍ୟାନ୍ସ,ଆମର ପିନ୍ଧନ ଉଢନ (ରେମ୍ପ ସୋ)ପ୍ରତିଯୋଗିତା,ଛୋଟ ଛୁଆ ଙ୍କ ଫେନସି ଡ୍ରେସ,୩୦ରେ ନାରିଶକ୍ତି ପକ୍ଷରୁ ଭଉଣୀ ମାନଙ୍କ ପାଇଁ ବ୍ୟଞ୍ଜନ ଆମର ପିଠାମଡା ଏବଂ ଆହୁରି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜନ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରାଗଲା। ଏହା ବ୍ୟତୀତ ବଲାଙ୍ଗିର ଏବଂ ୧ ନଭେମ୍ବର ସକାଳ ୯ଟାରେ ସାଂସ୍କୃତିକ ସୋଭାଯାତ୍ରା ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳ ର କଳାକାର ମାନଙ୍କୁ ଯୋଗାଯୋଗ କରି ନାଁ କରା କଳାକାର ତାଙ୍କ କଳା ପ୍ରଦର୍ଶନ କରିବା ପାଇଁ ଉଛାହିତ କରିବା କୁ ନିଷ୍ପତ୍ତି ନିଆଗଲା। ବଲାଙ୍ଗିର ଦିନ ରେ ଜନସାଧାରଣ ଙ୍କ ସମ୍ପୃକ୍ତି କୁ ସୁନିଶ୍ଚିତ କରିବା ସକାଶେ ବଲାଙ୍ଗିର ର ସମସ୍ତ ନିର୍ବାଚିତ ପ୍ରତିନିଧି, ମୁନିସିପାଳିଟି ର ଅଧ୍ୟକ୍ଷ ଏବଂ ସବୁ ନିର୍ବାଚିତ କାଉନସିଲର ବୁଦ୍ଧିଜୀବୀ,ସବୁ ସାମାଜିକ ତଥା ରାଜନୈତିକ ସଂଗଠନ ଏବଂ ସବୁ ଜାତି ସଂଗଠନ ସହ ଯୋଗାଯୋଗ କରିବା କୁ ନିଷ୍ପତ୍ତି ନିଆଯାଇଛି ବୋଲି ସାମ୍ବାଦିକ ସମିଳନୀ ରେ ଉଲ୍ଲେଖ କରାଗଲା। ଏହି ସମ୍ମିଳନୀରେ ରେ ଶ୍ରୀ ଗୋପାଲଜି ପାଣିଗ୍ରାହୀ ଙ୍କ ସହ ବିଧୁଭୂଷଣ ତ୍ରିପାଠୀ,ଲୋଟସ ଷଡ଼ଙ୍ଗୀ, ବୁଲୁ ଦାନୀ,ଦିନେଶ ଶର୍ମା ଏବଂ ବିନୋଦ କାଳସାଏ ପ୍ରମୁଖ ମଞ୍ଚାସିନ ଥିଲେ । ବିକାଶ ସା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ବିବେକା ପଟେଲ, ହରିଓମ ପଟେଲ, ମୁନା ପଟନାୟକ ,ଲୋପନ ମିଶ୍ର,ଅଙ୍କିତ ସାହୁ,ରଜତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.