ମୋଟରସାଇକେଲ୍ ଧକ୍କାରେ ବୃଦ୍ଧ ମୃତ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସକାଳେ ଏକ ମୋଟରସାଇକେଲ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି I ସୁଚନା ପ୍ରକାରେ ଆଜି ସକାଳ ଆଠ ଘଣ୍ଟା ତିରିଶି ମିନଟ୍ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗ୍ରାମର ମୋଚୀରାମ ସାହୁ (64) ଉଢୁରାରୁ ବେଲଗୁଣ୍ଠା ଆସୁଥିବା ସମୟରେ ତାଙ୍କ ପଛପଟୁ OD32H6273 ନମ୍ବର୍ ବିଶିଷ୍ଟ ଏକ ମୋଟରସାଇକେଲ୍ ଆସି ଧକ୍କା ଦେଇଥିଲା I ଫଳରେ ମୋଚୀରାମ ତଳେ ଛିଟିକି ପଡିଥିଲେ ଏବଂ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ମୋଚୀରାମଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡାକ୍ତର ମୋଚୀରାମଙ୍କୁ ମୃତ ଘୋଷଣା କରିଥିଲେ I ଏନେଇ ମୋଚୀରାମଙ୍କ ପୂତୂରା ରଙ୍ଗଣୀପାଟଣା ଗ୍ରାମର କାହ୍ନୁ ଚରଣ ସାହୁ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 4581 ରେ ଏକ ମାମଲା ରୁଜୁ କରାଯାଇ ଏସ୍ଆଇ ଏମ୍. ବେହେରା ଘଟଣାର ତଦନ୍ତ କରୁ୍ଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.