ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ୭ଦିନିଆ ଶିବିର

0 2

ଜମନକିରା,୧୮/୧୦:() ଆଜି ବୁଧବାର ଦିନ ଜମନକିରା ମହା ବିଦ୍ୟାଳୟର ପକ୍ଷରୁ ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ଏକ ୭ଦିନିଆ ଶିବିରର ଉଦ୍ଦଘାଟନ ଉତ୍ସବ ଦୁର୍ଗାଡିହି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜମନକିରା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉଦଘାଟନୀ ଉତ୍ସବରେ କୁଚିଣ୍ଡା ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀଣି ବେଳମତି କୁମୁରା ଯୋଗଦେଇ ଜାତୀୟ ସେବା ସଂସ୍ଥାର ଉପକାରିତା ସମ୍ବଦ୍ଧରେ ଛାତ୍ରୀଛାତ୍ର ମାନଙ୍କୁ ଅବଗତ କରେଇଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ନାଗରିକ ନୂଆସ ସାମାଦ ସ୍ଵଚ୍ଛାସେବା ର ଅର୍ଥ କଣ ନିଜର ଅନୁଭୂତି ସମ୍ବଦ୍ଧରେ ବର୍ଣନା କରିଥିଲେ। ଏହି ସଭାରେ ବରିଷ୍ଠ ଇଂରାଜି ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ଏବଂ ଇତିହାସ ଅଧ୍ୟାପିକା ସୁଜାତା ପ୍ରଧାନ ଜାତୀୟ ସେବା ସଂସ୍ଥା ବିଷୟର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜମନକିରା ଡ଼ିଗ୍ରୀ ମହାବିଦ୍ୟାଳୟର ଜାତିୀୟ ସେବା ସଂସ୍ଥା ଅଧିକାରୀ ମନମୋହନ ଜୟବିକାଶ ବାଘ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁରଥ ସାହୁ, ସିଦ୍ଧାନ୍ତ ସାହୁ, ନିରଞ୍ଜନ ମହକୁଳ, କର୍ମଚାରୀ ବିଶ୍ୱନାଥ ନାୟକ, ଅଜୟ ସାହୁ, ସୀତାକାନ୍ତ କୁମୁରା ଏବଂ ଏନଏସଏସ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave A Reply

Your email address will not be published.