ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଖାଦ୍ୟ ପୋଷକ ପ୍ରତିଯୋଗୀତା ଉଦଯାପିତ

0 2

ଜମନକିରା,୧୮/୧୦()ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୁଣ୍ଢେନପାଲି ଇନ୍ଦିରା ଗାନ୍ଧୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଖାଦ୍ୟ ପୋଷକ ପ୍ରତିଯୋଗିତା ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଗୋପିରଞ୍ଜନ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସମିତି ସଭ୍ୟା ରୀତା କିସାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଏବିଇଓ ସୁଶ୍ରୀ ଦେବକୀ ନାୟକ, ଶିକ୍ଷକ ସଂଘ ଉପଦେଷ୍ଟା ଦିଲ୍ଲୀପ ବହିଦାର , ବିଦ୍ୟାଳୟର ଚେୟାରମେନ ଅବିନାଶ ଚନ୍ଦ୍ର ଶର୍ମା ଯୋଗଦାନ କରି ଭାରତମାତାଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ସୃଜନଶୀଳତା ବିକାଶ ଏବଂ ଖାଦ୍ୟ ପୋଷକ ବିଷୟରେ ଆଲୋକପାତ କରିଥିଲେ। ଏହି ପ୍ରତିଯୋଗିତାରେ ୧୯ କ୍ଲଷ୍ଟର ୭୦୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସମବେତ ହୋଇଥିଲେ। କାର୍ଯ୍ୟକ୍ରମରେ ବକୃତା, ଚିତ୍ରାଙ୍କନ,ନାଚ, ଗୀତ, ମଧ୍ୟାହ୍ନଭୋଜନ ର ଚିତ୍ରକଳା ଏବଂ ଶିଳ୍ପକଳା ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ ପଟେଲ, ବିଇଓ ଶ୍ରୀ ପ୍ରଧାନ,ଏବିଇଓ ଶ୍ରୀମତୀ ନାଏକ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭୁବନେଶ୍ବର ଦ୍ୱିବେଦୀ ଯୋଗଦେଇ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ। ଏଥିରେ ବ୍ଲକର ସମସ୍ତ ସିଆରସିସି ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ସରୋଜ ଗର୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.