ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଖେଳ ପଡିଆ ଠାରେ ସ୍ବର୍ଗତ ଡକ୍ଟର ମୁରାରୀ ପ୍ରସାଦ ମିଶ୍ର ଙ୍କ ସ୍ମୁତି ଅବସରରେ ତାଙ୍କର ଜ୍ବାଇଁ ଶୁଶିଲ କୁମାର ଶର୍ମା ଓ ଝିଅ ରାଜଲକ୍ଷ୍ମୀ ମିଶ୍ର ନିଆରା ଢଙ୍ଗରେ ନୂଆଁଖାଇ ଭେଟଘାଟ୍ କାର୍ୟ୍ଯକ୍ରମ କରିଥିଲେ।ଏହି କାର୍ୟ୍ଯକ୍ରମ ରେ ହଜାର ହଜାର ଲୋକ ଯୋଗଦାନ କରିଥିଲେ।
ନିର୍ବାଚନ ଆସିଲାଣି ତେଣୁ ମଇଦାନରେ ଏବେ ଅନେକ ଆଶାୟୀ । ହେଲେ ସେ ନେତା ନୁହଁନ୍ତି କି ନିର୍ବାଚନ ଲଢ଼ିବାକୁ କେବେ ଚିନ୍ତା ବି କରି ନଥିଲେ । କିନ୍ତୁ ଜନତା ଚାହୁଛନ୍ତି ସେ ନିଅନ୍ତୁ ସେମାନଙ୍କ ନେତୃତ୍ୱ । ସ୍ବର୍ଗତ ମୁରାରି ମିଶ୍ର ଙ୍କ ଜ୍ବାଇଁ ଡାକ୍ତର ସୁଶିଲ ଶର୍ମା । ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ମୁରାରି ମିଶ୍ର ଯେଉଁ ଭଳି ନିଜ ଅଂଚଳର ବିକାଶ କରିଥିଲେ ଆଉ ଗରିବ ସାଧାରଣ ଜନତାର ସମସ୍ୟାକୁ ବିଧାୟକ ଭାବେ ଯେମିତି ସମାଧାନ କରୁଥିଲେ ତାହା ସାମ୍ପ୍ରତିକ ରାଜନୀତିରେ ବିରଳ । ମେଲଛାମୁଣ୍ଡାବାସୀଙ୍କ ପାଇଁ ସେ ଥିଲେ ସୁଖ ଦୁଃଖର ସାଥୀ । ତାଙ୍କ ଭଳି ନେତାଟିଏ ପାଇବା ପାଇଁ ଏବେ ଜନତା ନିଜ ତରଫରୁ ତାଙ୍କ ଜ୍ବାଇଁ ସୁଶିଲ ଶର୍ମାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିଛନ୍ତି । ଡାକ୍ତରୀ ପେଶାରେ ରହି ଅନବରତ ଭାବେ ଲୋକଙ୍କ ସେବା କରୁଥିବା ଡକ୍ଟର ସୁଶିଲ ଶର୍ମା ସ୍ବର୍ଗତ ମୁରାରୀ ମିଶ୍ରଙ୍କ ଅଧୁରା କାମକୁ ପୁରଣ କରିବା ସହ ଲୋକଙ୍କୁ ଉପଯୁକ୍ତ ନେତୃତ୍ୱ ଦେଇ ପାରିବେ ବୋଲି ସାଧାରଣ ଜନତାଙ୍କର ଆଶା ଓ ବିଶ୍ୱାସ ରହିଛି । ଲୋକଙ୍କ ଅନୁରୋଧ ରକ୍ଷା କରି ଡାକ୍ତର ସୁଶିଲ ଶର୍ମା ଏବେ ସଂଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି । ଲାଗୁଛି ଆଗାମୀ ସାଧାରଣ ନିର୍ବାଚନରେ ଡାକ୍ତର ସୁଶିଲ ଶର୍ମା ଲୋକଙ୍କ ଅନୁରୋଧ ରକ୍ଷାକରି ପଦ୍ମପୁର କିମ୍ବା ବିଜେପୁର ରୁ ନିର୍ବାଚନ ଲଢି ପାରନ୍ତି ।
Sign in
Sign in
Recover your password.
A password will be e-mailed to you.