ବଲାଙ୍ଗିର: ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆଠାରେ ବଡ଼ ଧୁମ୍ଧାମ୍ରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ନୂଆଁଖାଇ ଭେଟ୍ଘାଟ୍ରେ ବିଧାନସଭାର ଉପମୁଖ୍ୟସଚେତକ ସରୋଜ କୁମାର ମେହେର, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଂଜନ ଯୋଶୀ, ବିଜେଡ଼ିର ଯୁବ ନେତା ନିହାର ରଂଜନ ବେହେରା, ଦେଓଗାଁ ବ୍ଲକ ଅଧ୍ୟକ୍ଷ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ଗାୟକ ଓ ଗାୟିକଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିବା ବେଳେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ମଧ୍ୟ ଜମିଥିଲା ।
Sign in
Sign in
Recover your password.
A password will be e-mailed to you.