ଟେମରି ଓ ଜଗଦଳପୁର ଠାରେ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l

0 2

ଝାରବନ୍ଧ/ମନୋହର ଦାଶ :- ପଦ୍ମପୁର ଉପଖଣ୍ଡ ମୁଖ୍ୟତଃ କୃଷି ଉପରେ ନିର୍ଭର କରେ l କୃଷି ଓ କୃଷକ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ନେଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପାରିଛନ୍ତି । କୃଷକ ଭାଇ ମାନଙ୍କୁ ନିଜ ଘର ପାଖରେ ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଇତି ମଧ୍ୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଖୋଲା ଯାଇଛି । ଆଜି ଝାରବନ୍ଧ ବ୍ଲକ ର ଜଗଦଲପୁର ରେ ପ୍ରାଥମିକ କୃଷି ସମବାୟ ସମିତି ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ l ଏହି ଉଦଘାଟନୀ ଉତ୍ସବରେ ଜଗଦଲପୁର ପେକ୍ସ ଅଧ୍ୟକ୍ଷା ମମତା ସାହୁ, ବ୍ଲକ ଯୁବ ବିଜେଡି ସଭାପତି ବିଜୟ କେତନ ପଧାନ, ସରପଞ୍ଚ ଗୋବର୍ଦ୍ଧନ ନାୟକ, ସମିତି ସଭ୍ୟ ରାଧେ ସତନାମୀ, ଲଉଡ଼ିଦର୍ହା ପେକ୍ସ ସଭାପତି ମନୋଜ ଭୋଇ, ସମ୍ପାଦକ ରାଧେ ଖର୍ସେଲ, ବିଘ୍ନେଶ୍ୱର ନାୟକ, କୃଷ୍ଣ ସାହୁ ଙ୍କ ସମେତ ସମସ୍ତ ଡାଇରେକ୍ଟର ଓ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ l

ପରେ ଟେମରୀ ଠାରେ ଉଦ୍ଘାଟିତ ପ୍ରାଥମିକ ସମବାୟ ସମିତି ରେ ସମ୍ମାନିତ ଅତିଥି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପେକ୍ସ ସଭାପତି ରୁକ୍ମଣ ବରିହା ସମ୍ପାଦକ ଅଶ୍ୱିନୀ ବରିହା, ପଞ୍ଚାୟତ ସଭାପତି ପିତାମ୍ବର ବନଛୋର୍, କୃଷ୍ଣଚନ୍ଦ୍ର ବେହେରା, ପ୍ରଦୀପ ଠାକୁର ଓ କୃଷ୍ଣଚନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.