ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 78ତମ ଜନ୍ମଦିନ ଅବସରରେ ବିଧାୟକ ପ୍ରତାପ ଜେନା ଙ୍କ ଆହ୍ୱାନ କ୍ରମେ ବିଶାଳ ରକ୍ତଦାନ ଶିବିର

0 2

 https://youtu.be/kvh-UxMGTi4

585 ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିବାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଟକ ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିପାରିଛି l

(ମାହାଙ୍ଗା-ଶାସକ ପ୍ରଶାସକ )- ସାଢେ ଚାରି କୋଟି ଓଡ଼ିଆ ଙ୍କ ଜନପ୍ରିୟ ମୁଖ୍ୟମନ୍ତ୍ରୀ, ଓଡିଶା ମାଟିର ବିକାଶ ର ସାରଥୀ, ତଥା ସର୍ବ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 78 ତମ ଜନ୍ମଦିନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବ୍ଲକ କୁଆଁପାଳ ଜେଏନ କଲେଜ ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଧାୟକ ଶ୍ରୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ସାରା ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ରକ୍ତଦାନ କରିଥିବା ମାହାଙ୍ଗା ବ୍ଲକର ସମସ୍ତ ଜନସାଧାରଣ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଶିବିରରେ ମୋଟ 585 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଯାହାକି କଟକ ଜିଲ୍ଲା ରେ ସବୁଠାରୁ ବିଶାଳ ରକ୍ତଦାନ ଶିବିର ଭାବେ ରେକର୍ଡ ସୃଷ୍ଟି କରିଥିବା  ଜଣାଯାଇଛି l ତେବେ ଏଭଳି ବିଶାଳ ମହତ ରକ୍ତଦାନ ଶିବିର ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ବିଧାୟକ ପ୍ରତାପ ଜେନା ଙ୍କ ପାଇଁ ସଫଳ ହୋଇପାରିଥିବାରୁ ବିଧାୟକ ଶ୍ରୀ ଜେନା ଙ୍କୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ବାସୀ ସାଧୁବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଏସିବି ମେଡ଼ିକାଲର ବହୁ ଡାକ୍ତର ମାନେ ଯୋଗଦାନ କରି ରକ୍ତ ସଂଗ୍ରହ କରିଥିଲେ l ଏହି ରକ୍ତଦାନ ଶିବିରରେ ବିଧାୟକ ଶ୍ରୀ ଜେନା ଙ୍କ ସହ ଜେଏନ କଲେଜ ଅଧକ୍ଷ ଅଜୟ ମହାପାତ୍ର, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଅମୀୟ ନାୟକ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବିଜୁ ଦଳ କର୍ମୀ, କଲେଜ ଅଧ୍ୟାପକ, କଲେଜ କର୍ମଚାରୀ , କଲେଜ ଛାତ୍ର ଛାତ୍ରୀ, ମହିଳା କର୍ମୀ ଙ୍କ ସମେତ ମାହାଙ୍ଗା ବ୍ଲକ ସମସ୍ତ ପଞ୍ଚାୟତର ଜନସାଧାରଣ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଶେଷରେ ଏଭଳି ମହତ କାର୍ଯ୍ୟକ୍ରମ ଯାହାର ମୁଖ୍ୟ ଉଦେଶ୍ୟ ହେଉଛି ଜଣେ ରକ୍ତ ଦାନ କରିବା ଦ୍ୱାରା ବହୁ ମୂଲ୍ୟ ମଣିଷ ଜୀବନ ବଂଚିପାରିବ ଏବଂ ଏହାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ତାହାକୁ ଆଜି ମାହାଙ୍ଗା ବାସୀ ସଫଳ କରି ଦେଖାଇଛନ୍ତି ଯାହାକି ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଶ୍ରେଷ୍ଠ ଭଲପାଇବା ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l

Leave A Reply

Your email address will not be published.