ପଦ୍ମପୁର/ଶିବାଶିଷ ପଟ୍ଟନାୟକ :– ରାଜବୋଡ଼ସମ୍ବର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧିକ୍ଷକ ପିଏସ୍ ମିନା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ , ଏସ୍.ଡି.ପି.ଓ. ବିଭୁତି ଭୋଇ, ରାଜବୋଡ଼ାସମ୍ବର ବିଡ଼ିଓ ବିଶ୍ବନାଥ ସାହୁ ଆଦିଙ୍କ ସହ ଉପଖଣ୍ଡ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ଜନସାଧାରଣଙ୍କ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି କାର୍ଯ୍ଯକ୍ରମ ହୋଇଥିଲା। ଏଥିରେ ମୋଟ୍ ୪୮ ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ। ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣିକୁ ଜନସାଧାରଣ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନାରେ ସାମିଲ ହେବାପାଇଁ ମଧ୍ଯ ଲୋକେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିଲେ। ମୋ ଘର, ରାସନ୍ କାର୍ଡ, ଶିକ୍ଷକ ଅଭାବ, ପାନୀୟଜଳ ଆଦି ଭଳି ବିଷୟରେ ଅଧିକାଂଶ ଅଭଯୋଗ ଆସିଥିଲା । ସେହି ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଉଚିତ୍ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଶେଷରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବିଡିଓ ଉପଖଣ୍ଡ ଚିକିତ୍ସାଳୟକୁ ଗସ୍ତକରି ବିକାଶ କାର୍ଯ୍ଯର ସମୀକ୍ଷା କରିଥିଲେ ।
Sign in
Sign in
Recover your password.
A password will be e-mailed to you.