ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବନଦୁର୍ଗା ମନ୍ଦିର ରେ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ଆଜି ଠାରୁ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ କମଳ ଶର୍ମା ଧର୍ମପତ୍ନୀ ପ୍ରିୟା ଶର୍ମା, ରଜନୀ ଦାସ ଓ ଧର୍ମପତ୍ନୀ ଉର୍ମିଳା ପଣ୍ଡା , କ୍ଷମାନିଧି ପଧାନ ଓ ଧର୍ମପତ୍ନୀ ସ୍ୱର୍ଣ୍ଣପ୍ରଭା ପଧାନ କର୍ତ୍ତା ରୂପେ ଦାୟିତ୍ୱ ତୁଲାଉଛନ୍ତି l ଦୈନିକ ଜଗତ ଜନନୀ ମାଁ ଦୁର୍ଗା ଙ୍କ ନଅ ଅବତାର ଚଣ୍ଡୀପାଠ, ହୋମ, ମଙ୍ଗଳ ଆଳତି ପୂଜାବିଧି ଅନୁସାରେ ସମ୍ପାଦନ ହେବା ସହ ବାଳଭୋଗ,ଅନ୍ନଭୋଗ ଶ୍ରଦ୍ଧାଳୁ ଙ୍କୁ ବଣ୍ଟନ କରାଯିବ ବୋଲି ପୂଜା କମିଟି ସଭାପତି ଡଃ ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା, ସୁଶାନ୍ତ କୁମାର ପଧାନ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.