ଗୁଣପୁର ମହାବିଦ୍ୟାଳୟରେ ଉଦ୍ଧିଦ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

0 2

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ଠାରେ ଉଦ୍ଧିଦ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟର ଅଧକ୍ଷ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଶଶି ଭୂଷଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବିଭାଗ ମୁଖ୍ୟ ଶ୍ରୀ ଜି.ମହେସର ରାଓ, ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ମୁଖ୍ୟ ଶ୍ରୀ ଜବାହାର ଚୌଧୁରୀ, ଉଦ୍ଧିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି ଓ ଜୋଷ୍ଣା ରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ। ପ୍ରଥମେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଉଦ୍ଧିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ଜୋଷ୍ଣା ରାଣୀ ମିଶ୍ର ଦେଇଥିବା ବେଳେ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ବିଦ୍ୟାର୍ଥୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଉଦ୍ଧିଦ ବିଜ୍ଞାନ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ।

 

Leave A Reply

Your email address will not be published.