ସନ୍ଦିଗ୍ଧ ଭାବେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଯୁବକ ଉଦ୍ଧାର ।

0 3

 ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ:: ରାତ୍ର 11 ଘଟିକା ସମୟରେ 112 ହେଲ୍ପ ଲାଇନରୁ ସୂଚନା ପାଇ ଝାରପୋଖରିଆ ଥାନା ଅନ୍ତର୍ଗତ ମାନଭଞ୍ଜ ଅଞ୍ଚଳରେ ସନ୍ଦିଗ୍ଧ ଭାବେ ବୁଲୁଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଝାରପୋଖରିଆ ଥାନା ପେଟ୍ରୋଲିଂ ଟିମ ଉଦ୍ଧାର କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ଅନ୍ୟାନ୍ୟ ଥାନା ମାନଙ୍କ ସହ ଯୋଗାଯୋଗ ପରେ ଉକ୍ତ ବ୍ୟକ୍ତିଙ୍କର ପରିଚୟ ଜୟରାମ @ରୁହିଆ ଟୁଡୁ, ବୟସ -21, ପି – ମାସାନ ଟୁଡୁ, ଗ୍ରା – ମୁଣ୍ଢାବଣି, ଥା -କୁଳିଅଣା ବୋଲି ଜଣା ପଡିଥିଲା। ସେ ଗତ 11.10.2023 ରୁ ନିଜ ଘରୁ ନିଖୋଜ ଥିଲେ ଏବଂ ପରିବାରବର୍ଗଙ୍କ ଦ୍ୱାରା କୁଳିଅଣା ଥାନାରେ ଏ ସମ୍ବନ୍ଧରେ ଏକ ନିଖୋଜ ମାମଲା ଦାୟର କରାଯାଇଥିଲା। ତେବେ ସବିଶେଷ ତଥ୍ୟ ହାସଲ ପରେ ଉକ୍ତ ବ୍ୟକ୍ତିଙ୍କୁ ପେଟ୍ରୋଲିଂ ଟିମ ଦ୍ୱାରା କୁଳିଅଣା ଥାନାକୁ ହସ୍ତାନ୍ତର କରାଯିବା ସହ ସୁରକ୍ଷିତ ଅବସ୍ଥାରେ ପରିବାରବର୍ଗ ଙ୍କୁ ଜିମା ଦିଆ ଯାଇଥିଲା।

Leave A Reply

Your email address will not be published.