ବାସହୀନଙ୍କୁ ଆଵାସ ମନା, ଗାଁ ଆମ୍ବଟୋଟା ସାଜିଛିଘର

0 3

ନନ୍ଦାହାଣ୍ଡି /ଭୁବନେଶ୍ୱର ଦାଶ: ପାଦତଳ ଯୋତା ଠାରୁ ମୁଣ୍ଡ ଉପରେ ଛତା ଯାଏଁ ସରକାରୀ ଯୋଜନା ରହିଛି। ଏନ୍ତୁଡ଼ିଶାଳରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ସରକାରୀ ସହାୟତା ମଧ୍ୟ ରହିଛି। କାମ ଓ ଛତା ଯୋଗାଇଦେବାକୁ ଅନେକ ଅନୁଦାନ ଖର୍ଚ୍ଚ ହେଉଛି। ହେଲେ ଏତେ ସବୁ ଯୋଜନାରେ ଲାଭ ସଵୁ ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ। ବରଂ ଏମାନଙ୍କ ଉର୍ଧେଶରେ କାର୍ଯ୍ୟକାରୀ ଯୋଜନା ଦଲାଲ୍ ସ୍ଵାହା କରୁଛନ୍ତି। ପ୍ରକୁତ ହିତାଧିକାରୀ ଯୋଜନା ରୁ ବଞ୍ଚିତହୋଇଥିବାବେଳେ ସବୁଦିନ ବଡ଼ବଡ଼ିଆ ଯୋଜନା ହାତେଈ ନେଇ ଆହୁରି ଲାଭବାନ ହେଉଛନ୍ତି। ସରକାରଙ୍କ ଗରିବ ଯୋଜନାରେ ଏହି କରୁଣ ଚିତ୍ର ନଵରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡ଼ଙ୍ଗରଭେଜା ପଞ୍ଚାୟତର ସରୁଗୁଡା ରେ ଜଣେ ଅସହାୟ ବ୍ୟକ୍ତି ଦେଖିବାକୁ ମିଳିଛି।ଦୁଇ କୁଟୁମ୍ବ ଏକ ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ପଲିଥିନ ଘୁଡା କୁଡିଆ ଘର ବାରଣ୍ଡାରେ ଆଶ୍ରୟ ନେଈଛନ୍ତି। ଏହି ଅସହାୟ ଙ୍କ ର ସ୍ତ୍ରୀ ଓ ଦୁଇକୁଟୁମ୍ଭ ଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଚାଳଟିଏ ମଧ୍ୟ ନାହିଁ। ସରକାରୀ ଯୋଜନା କହିଲେ କେଵଳ ମାତ୍ର ସ୍ଵାମୀ 35କେଜେ ଓ ଚାଉଳ ଉପରେ ହିଁ ଭରଷା। ସୁଧା ତାଂକୁ ଆଵାସ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇନାହିଁ।ମାସିକ ଚାଉଳ 35 କେଜି ପାଇ ଦୁଇ କୁଟୁମ୍ବ ଚଳିବାକୁ ତାଙ୍କ ପଖେ କଷ୍ଟସାଧ୍ୟ ହୋଇପଡୁଛି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଗାଁ ନେତା ଠାରୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କାହାର ନଜର ତାଙ୍କ ସମସ୍ୟା ଉପରେ ପଡ଼ିନାହିଁ। ପରିଣତ ଵୟସରେ ଏଵେ ପର ବାରଣ୍ଡାରେ ଵର୍ଷା ଶିତ କାକର ରେ ଦୁର୍ଵୀ ସହ ଜୀବନ ବିତାଉଛନ୍ତି ପରିବାର। ସରକାରୀ ଯୋଜନାରେ ପେଟ ପୁରୁନଥିଵା ବେଳେ ପରହାତ ଟେକାରେ ବଞ୍ଚିବା ତାଙ୍କୁ ଏକ ପ୍ରକାର ବାଧ୍ୟ କରିଦେଈଛି। ତେଵେ ଅସହାୟ ଵାସହିନ ନିକଟରେ କେବେ ପ୍ରଶାସନ ପହଞ୍ଚିବ ଓ ତାଙ୍କୁ ଆଵାସଗୃହ ଟେ ଯୋଗାଇଦେବେ ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଉଛି।

Leave A Reply

Your email address will not be published.