ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ: ୧୭ ମାମଲା ଫଇସଲା

0 2

ଭଞ୍ଜନଗର,(ଉଦୟ ନାଥ ପଣ୍ଡା) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ବରିଷ୍ଠ ଦେୱ।ନୀ ଜଜ୍ ସୋମାଲୀନ ମିଶ୍ର,ଏସ୍ଡିଜେଏମ୍ ଅମିତ୍ କୁମାର,ଜେଏମଏଫସି ସନ୍ଧ୍ୟା ସୁଚରିତା ମୋଟ ୧୭ ଗୋଟି ମାମଲାର ବିଚାରଣ କରି ରାୟ ଶୁଣାଣୀ କରିଥିଲେ। ବିଚାର ହୋଇଥିବା ମାମଲା ଗୁଡ଼ିକରେ କ୍ଷତିଗ୍ରସ୍ତ ମାନଙ୍କୁ ୪୭,୬୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ଶୁଣାଣୀ ହୋଇଥିଲା। ମଟରଯାନ ଦୁର୍ଘଟଣା ଓ ଦୁର୍ଘଟଣାରେ ଜନିତ କ୍ଷତିପୂରଣ ମାମଲା ସଂକ୍ରାନ୍ତ ୬ ଟି ମାମଲାର ବିଚାର କରି ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ବୀମା କମ୍ପାନି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୧ ଟି ଅନ୍ୟାନ୍ୟ ମାମଲାର ବିଚାରଣ କରି ରାୟ ଶୁଣାଇଥିଲେ। ତାଲୁକା ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ,ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼,ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ତିଆଡି,ସମୀର ନାୟକ,ବଂଶୀଧର ନାୟକ,ସୁଧୀର ରଞ୍ଜନ ମହାପାତ୍ର,ରଂଜନୀକାନ୍ତ ପଟ୍ଟନାୟକ ଙ୍କ ସମେତ କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ,ରାକେଶ କୁମାର ନାୟକ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.