ବାଣପୁରରେ ଭକ୍ତଙ୍କ ଗହଳିରେ ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା !!!

0 3

ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଟାତ୍ରୀ ଦେବୀ ମା” ଭଗବତୀଙ୍କ ର ଶାରଦୀୟ ପର୍ବ ଅବସରରେ ପବିତ୍ର ମହାଳୟା ଅମାବାସ୍ୟାରେ ଆଜି ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା” ଭଗବତୀଙ୍କ ତାଙ୍କ ପରମ ଭକ୍ତ ବଳିଜେନାକୁ ସାଥିରେ ନେଇ ମା, ଭେଟ ଅମାବାସ୍ୟା ଯାତ୍ରା ଆରମ୍ଭ କରିଛନ୍ତି। ମା” ଭଗବତୀଙ୍କ ବଡ ଭଉଣୀ ବିରଜାଇ ଙ୍କ ବିଜେ ପ୍ରତିମା ସ୍ବରୂପ କାଠି ଠାକୁରାଣୀଙ୍କ ଘଣ୍ଟ ଘଣ୍ଟା, ଖୋଳତାଳ, ଢୋଲ, ତୂରୀ, ଛତ୍ରୀ ଓ ଶଙ୍କନାଦରେ ତାଳେ ତାଳେ ନାଚି ନାଚି ମା” ଭଗବତୀଙ୍କ ମନ୍ଦିରରୁ ବିଜେ ହୋଇଥିଲେ। ଠିକ୍ ସେହିପରି ମା” ଭଗବତୀଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରଠାରୁ ନାଚି ନାଚି ପୁରୁଣା ବଜାରରେ ବିଜେ ହୋଇଥିଲେ। ମା” ଙ୍କର ସେବକ ଦିଅଁ ବିଜେ କରିଥିବା ବେଳେ କାଠି ନାହକ ସମେତ ଅଙ୍ଗରକ୍ଷୀ ସେବକ ମାନେ ମା” ଙ୍କର ଭେଟ ଯାତ୍ରାରେ ସାମିଲ ହୋଇଥିଲେ। ବିପୁଳ ଜନସମାଗମ ମଧ୍ୟରେ ମା” ଭଗବତୀଙ୍କ ସହ ମା” ବିରଜାଇଙ୍କର ଭେଟ ହୋଇଥିଲା। ମା” ଭଗବତୀଙ୍କ ଭେଟ ଯାତ୍ରା ପରେ ମା” ବିରଜାଇଙ୍କ କାଠି ଠାକୁରାଣୀ ସାତବଖରା ଗୃହକୁ ପତ୍ୟାବର୍ତନ କରିଥିଲେ। ସେହିପରି ମା” ଭଗବତୀଙ୍କ କାଠି ଠାକୁରାଣୀ ସ୍ବରୂପ ବିଜେ ପ୍ରତିଭା ମୁଖ୍ୟ ମନ୍ଦିରକୁ ବିଜେ କରିଥିଲେ। ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା କୁ ଦେଖିବା ପାଇଁ ବାଣପୁର ବାଲୁଗାଁ ଓ ତାର ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବେବସ୍ତା କରାଯାଇ ଥିଲା।।

Leave A Reply

Your email address will not be published.