ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟ ରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ 2022-23 ଆର୍ଥିକ ବର୍ଷ ପାଇଁ ତହସିଲ୍ ର ସାଲ୍ ତମାମି ଯାଞ୍ଚ୍ କରିଛନ୍ତି I ଆଜି ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି 2022-23 ଆର୍ଥିକ ବର୍ଷର ଆର୍ଥିକ କାରବାର ସମ୍ଵନ୍ଧୀୟ ସମସ୍ତ ପ୍ରକାର କାଗଜପତ୍ର ପୁଙ୍ଖାନୁପୁଙ୍ଖ ତନଖି କରିଥିଲେ I ବିଶେଷ କରି ତହସିଲ୍ ଦ୍ୱାରା ଆଦାୟ ହୋଇଥିବା ଅର୍ଥର ଉତ୍ସ,ବିଭିନ୍ନ ଉତ୍ସରୁ ରାଜସ୍ୱ ନୀରିକ୍ଷକ ମାନେ ଆଦାୟ କରିଥିବା ଅର୍ଥର ପରିମାଣ ଏବଂ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବ୍ୟୟ ପରିମାଣ ସମ୍ଵନ୍ଧୀୟ ଯାଞ୍ଚ୍ କରାଯାଇଥିଲା I ଯାଞ୍ଚ୍ ସମୟରେ ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜୁର, ଆଡିସନାଲ୍ ତହସିଲଦାର ଧରଣୀଧର ବେହେରା, ରାଜସ୍ୱ ପରିଦର୍ଶକ କଂଗ୍ରେସ୍ ମଲ୍ଲିକଙ୍କ ସମେତ ସମସ୍ତ ଛଅଟି ରାଜସ୍ୱ ମଣ୍ଡଳର ରାଜସ୍ୱ ନିରିକ୍ଷକ, ରାଜସ୍ୱ ମଣ୍ଡଳ କର୍ମଚାରୀ ଏବଂ ତହସିଲ୍ କାର୍ଯ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post